ଅଯୋଧ୍ୟା ଜମି ବିବାଦ ମାମଲା : ଡେଡଲାଇନ୍ ସୁଦ୍ଧା ଶୁଣାଣି ଶେଷ କରିବାକୁ ଜୋର୍ ଦେଲେ ସିଜେଆଇ

Published By : Prameya-News7 Bureau | September 26, 2019 IST

ନୂଆଦିଲ୍ଲୀ ୨୬।୯: ଅଯୋଧ୍ୟା ମାମଲାର ଶୁଣାଣି ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର ୧୮ ସୁଦ୍ଧା ଶେଷ କରିବାକୁ ଜୋର ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଡେଡଲାଇନ ସୁଦ୍ଧା ଯଦି ଶୁଣାଣି ସମ୍ପୂର୍ଣ୍ଣ ନ ହୁଏ ତେବେ ଆଉ ଅତିରିକ୍ତ ଦିନ ଦିଆଯିବନି ବୋଲି କହିଛନ୍ତି ସିଜେଆଇ। ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ଦେବା ପାଇଁ ଖଣ୍ଡପୀଠକୁ ମାତ୍ର ୪ ସପ୍ତାହ ମିଳିବ। ଯଦି ୪ ସପ୍ତାହ ଭିତରେ ଖଣ୍ଡପୀଠ ଚୂଡାନ୍ତ ରାୟ ଶୁଣାନ୍ତି ତେବେ ଏହା ଚମତ୍କାର ହେବ ବୋଲି କହିଛନ୍ତି ବିଚାରପତି ରଞ୍ଜନ ଗୋଗୋଇ।

ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଅବସର ନେବେ। ତେଣୁ ତାପୂର୍ବରୁ ରାୟ ଆସିବାର ସମ୍ଭାବନା ରହିଛି। ଅଯୋଧ୍ୟା ମାମଲାରେ ଗଠିତ ସାମ୍ବିଧାନିକ ବେଞ୍ଚରେ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସଏ ବୋବଡେ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୁଷଣ ଓ ବିଚାରପତି ଏସ ଅବଦୁଲ ନଜିର ଅକ୍ଟୋବର ୧୮ସୁଦ୍ଧା ସବୁ ପକ୍ଷ ଶୁଣାଣି ସାରିବାକୁ ଡେଡଲାଇନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.