ସିଜେଆଇ ଚନ୍ଦ୍ରଚୂଡ ବି କରିଥିଲେ 'ମୁନଲାଇଟିଂ', କହିଲେ- ରେଡିଓ ଜକି ଭାବେ କରିଛି କାମ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ନିଜର ନିଷ୍ପତ୍ତି ସହିତ ମଜାଳିଆ କଥାକୁ ନେଇ ଆଇନଜୀବୀଙ୍କ ଗହଣରେ ବେଶ ପରିଚିତ। ସେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏମିତି କାମ କରିଛନ୍ତି, ଯାହା ଇତିହାସ ପାଲଟିଛି। ନ୍ୟାୟରେ ତାଙ୍କର ଅଭିନବ ଶୈଳୀ ସର୍ବଦା ଚର୍ଚ୍ଚାର ବିଷୟରେ ପାଲଟିଥାଏ।

ଜଷ୍ଟିସ ଚନ୍ଦ୍ରଚୂଡ ଶୋଷଣ ବିରୋଧରେ ଏବଂ ମୌଳିକ ଅଧିକାରକୁ ନେଇ ସମ୍ବେଦନଶୀଳ ରହିଥାନ୍ତି। ସେ ଅନେକ ଥର ସାମାଜିକ ଗଣମାଧ୍ୟମରେ ନିଜର ବିଚାର ବ୍ୟକ୍ତ କରିଛନ୍ତି। ଅଯୋଧ୍ୟା ଏବଂ ଶାବରୀମାଳା ପରି ପରି ମାମଲାରେ ନିଷ୍ପତ୍ତି ଶୁଣାଇବାରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେ ପ୍ରଥମେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟ ଏବଂ ପୁଣି ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି। ଏହା ପରେ ସେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ କରିବା ଆରମ୍ଭ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ କ୍ୟାରିୟର ଜଣେ ଜୁନିୟର ଆଡଭୋକେଟ୍ ଭାବେ ଆରମ୍ଭ ହୋଇଥିଲା। ଯେଉଁମାନଙ୍କୁ ଓକିଲ ଏବଂ ଜଜଙ୍କ ସହାୟକ ଭାବେ ନିୟୋଜିତ କରାଯାଏ। ୨୦୦୦ ସୁଦ୍ଧା ସେ ବମ୍ବେ ହାଇକୋର୍ଟର ଜଜ ହୋଇପାରିଥିଲେ। ଏହା ପରେ ତାଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ମିଳିଲା। କ୍ୟାରିୟର ହିସାବରେ ତାଙ୍କର ଏ ପର୍ଯ୍ୟନ୍ତ ଯାତ୍ରା ଏହି ଧରଣର ରହିଛି। ନିଜର ପେଶାଦାର ଜୀବନ ବ୍ୟତୀତ ସେ ଏମିତି ବି କାମ କରିଛନ୍ତି ଯେଉଁଥିରେ ତାଙ୍କର ବିଶେଷ ରୁଚି ରହିଛି।

wp:html /wp:html

ଜଷ୍ଟିସ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସେ ଅଲଇଣ୍ଡିଆ ରେଡିଓରେ ଜକି ଭାବେ ମୁନଲାଇଟିଂ କାମ କରିଛନ୍ତି। ସେ ରେଡିଓରେ ପ୍ଲେ ଇଟ୍ କୁଲ୍, ଡେଟ୍ ଓ୍ଵିଥ୍ ୟୁ ଏବଂ ସଣ୍ଡେ ରିକ୍ଵେଷ୍ଟ ପରି କାର୍ଯ୍ୟକ୍ରମର ସଞ୍ଚାଳନ କରିଛନ୍ତି। ମୁନଲାଇଟିଂର ଅର୍ଥ ଚାକିରି କରିବା ସମୟରେ ଛପି କି ଅନ୍ୟ ଚାକିରି କରିବା। ସେ କୋର୍ଟରେ ଚାକିରି କରୁଥିଲେ ଏବଂ ଅଲଇଣ୍ଡିଆ ରେଡିଓକୁ ଯାଇ କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିଲେ।

ସେ କହିଛନ୍ତି, ଅଧିକାଂଶ ଲୋକ ଜାଣିନଥିବେ ଯେ ମୁଁ ରେଡିଓ ଜକି ଭାବେ ମୁନଲାଇଟିଂ କାମ କରିଛି। ସେ ଏକ କ୍ଲିପ୍ ବାର ଆଣ୍ଡ ବେଞ୍ଚର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଜି ମଧ୍ୟ ମୁଁ ସଙ୍ଗୀତ ପ୍ରତି ବେଶ ରୁଚି ରଖିଛି। ଆଇନ କ୍ଷେତ୍ରରେ ଗୀତ ଶୁଣିବା ବହୁତ ମୁସ୍କିଲ ହୋଇଥାଏ। ତେଣୁ ମୁଁ ଘରକୁ ଫେରିବା ପରେ ସଙ୍ଗୀତ ମଜା ନେଇଥାଏ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.