ଆଜି ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର
2/10/2018 at 11:12 AM

ନୂଆଦିଲ୍ଲୀ ୨|୧୦: ଆଜି ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର । ତେବେ ଗତକାଲି ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଉଦବୋଧନ ଦେଇଛନ୍ତି ସେ । ଭାରତୀୟ ନ୍ୟାୟିକ ବ୍ୟବସ୍ଥା, ବିଶ୍ବରେ ସବୁଠାରୁ ବଳିଷ୍ଠ ଓ ମଜଭୁତ୍ ଏବଂ ଯୁବ ଆଇନଜୀବୀ ହିଁ ଏହାର ସମ୍ପଦ ବୋଲି କହିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । ତେବେ ନ୍ୟାୟର ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଛନ୍ତି ସେ । ଇତିହାସ, କେତେବେଳେ ସଦୟ ତ ଆଉ କେତେବେଳେ ନିର୍ଦ୍ଦୟ ହୋଇପାରେ । ଇତିହାସ ଅପେକ୍ଷା ଲୋକଙ୍କ କାର୍ଯ୍ୟକଳାପ ଏବଂ ଚିନ୍ତାଧାରକୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ଥିବା ସେ କହିଛନ୍ତି । ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ।