LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହାଭିଯୋଗ ରାଜନୀତି : Bigstory Followup

23/04/2018 at 8:29 AM

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ନୋଟିସ୍କୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ। ସମ୍ବିଧାନ ଏବଂ ଆଇନ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ ପରେ ସିଜେଆଇ ବିଚାରପତି ଦୀପକମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ବିରୋଧୀ ଦଳର ଆରୋପଗୁଡିକୁ ତର୍ଜମା କରିବାପରେ ବିରୋଧୀଦଳଗୁଡିକ ସେମାନଙ୍କର ଅଭିଯୋଗ ନେଇ ନିଶ୍ଚିତ ନୁହଁନ୍ତି ବୋଲି କହିଛନ୍ତି ଉପରାଷ୍ଟ୍ରପତି। ସନ୍ଦେହ ଓ ଅନୁମାନ ଆଧାରରେ ଏହି ଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି। ସିଜେଆଇ ଅଫିସର ସମ୍ମାନ ଓ ଗାରିମାକୁ ନଜରରେ ରଖି ଏହି ମାମାଲାରେ ତୁରନ୍ତ ନିଷ୍ପତ୍ତି ନେଇଛନ୍ତି। ସେପଟେ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଅଗ୍ରାହ୍ୟ କରିବାପରେ ଏବେ କଂଗ୍ରେସ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ପୂର୍ବରୁ କହିସାରିଛି। ଆଜି ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ଓ ସାଂସଦ ବିବେକ ଟଙ୍ଖା ଏହି ମାମଲାରେ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରତିକ୍ରିୟା ରଖିଛି।

Leave a Reply

   Related Posts