suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ସିଜେଆଇ ଚନ୍ଦ୍ରଚୂଡ ଅନଲାଇନ୍ ଟ୍ରୋଲିଂର ଶିକାର, କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

17/03/2023 at 4:58 PM

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କୁ ଅନଲାଇନ୍‌ ଟ୍ରୋଲିଂ ମାମଲାରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୧୩ ବିରୋଧୀ ଦଳ ନେତା। ନ୍ୟାୟରେ ବାହ୍ୟ ହସ୍ତକ୍ଷେପ ହେଉଛି, ତେଣୁ ମାମଲାରେ ରାଷ୍ଟ୍ରପତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ନେତା। ରାଷ୍ଟ୍ରପତିଙ୍କୁ ଲେଖା ହୋଇଥିବା ଚିଠିରେ ବିରୋଧୀ କହିଛନ୍ତି, ଭାରତର ସିଜେଆଇ ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ମହାରାଷ୍ଟ୍ରରେ ସରକାର ଗଠନ ଏବଂ ରାଜ୍ୟପାଳଙ୍କ ଭୂମିକା ମାମଲାରେ ଏକ ଗୁରୁତ୍ଵପୂର୍ଣ୍ଣ ସାମ୍ବିଧାନିକ ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି।

ଚିଠିରେ ଉଲ୍ଲେଖ ରହିଛି, ମହାରାଷ୍ଟ୍ରରେ କ୍ଷମତାସୀନ ପାର୍ଟି ପ୍ରତି ସହାନୁଭୂତି ରଖୁଥିବା ଟ୍ରୋଲ ଆର୍ମି ସିଜେଆଇଙ୍କ ବିରୋଧରେ ଅପମାନସୂଚକ ଟ୍ରୋଲିଂ କରୁଛନ୍ତି। ସିଜେଆଇଙ୍କ ପ୍ରତି ଯେଉଁଭଳି ଶବ୍ଦର ପ୍ରୟୋଗ କରାଯାଉଛି ତାହା ଘୋର ନିନ୍ଦନୀୟ ଅଟେ। ଆଉ ଏହାକୁ ସାମାଜିକ ଗଣମାଧ୍ୟମରେ ଲକ୍ଷାଧିକ ଲୋକ ଦେଖିଛନ୍ତି।ଏହାକୁ ଶବ୍ଦରେ ପ୍ରକାଶ କରି ହେବ ନାହିଁ।

ଏହି ଚିଠି କଂଗ୍ରେସ ସାଂସଦ ବିବେକ ତନଖା ଦ୍ଵାରା ଲେଖା ହୋଇଛି। ଏହାକୁ କଂଗ୍ରେସ ସାଂସଦ ଦିଗବିଜୟ ସିଂହ, ଶକ୍ତିସିଂହ ଗୋହିଲ, ପ୍ରମୋଦ ତିଓ୍ଵାରୀ, ଅମି ୟାଗ୍ନିକ, ରଞ୍ଜିତ ରଞ୍ଜନ, ଇମ୍ରାନ ପ୍ରତାପଗଢି, ଆମ ଆଦମୀ ପାର୍ଟିର ରାଘବ ଚଡ୍ଡା, ଶିବସେନା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦ୍ଦୀ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ରାମ ଗୋପାଳ ଯାଦବ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ, ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତନ ଏବଂ ସିନ୍ଦେ ସରକାରଙ୍କ ଗଠନରେ ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ରହିଥିବା ଭୂମିକାକୁ ପ୍ରଧାନ ବିଚାରପତି ସମାଲୋଚନା କରିଛନ୍ତି। ଏହା ପରେ ଏହି ଗୋଷ୍ଠୀ ନ୍ୟାୟପାଳିକା ଏବଂ ପ୍ରଧାନ ବିଚାରପତିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

ନିକଟରେ ସିଜେଆଇ ଚନ୍ଦ୍ରଚୂଡ ଟ୍ରୋଲିଂ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଏହା ଏମିତି ଯୁଗ ଯେଉଁଠି ଲୋକଙ୍କ ଧୈର୍ଯ୍ୟ ଏବଂ ସହନଶୀଳତା କମିବାରେ ଲାଗିଛି। ଏହା ଏକ ଚିରାଚରିତ ପ୍ରଥା ହୋଇଗଲାଣି ଯେ, ଯେଉଁ ରାୟ ପସନ୍ଦ ଆସୁନି ତାକୁ ନେଇ ନ୍ୟାୟପାଳିକାକୁ ଟ୍ରୋଲ୍ କରାଯାଉଛି। ସୁପ୍ରିମକୋର୍ଟ ଅନେକ ଥର ଟ୍ରୋଲିଂ ଉପରେ ଚିନ୍ତା ପ୍ରକାଶ କରି ସାରିଛନ୍ତି। ୨୦୧୭ରେ ବିଚାରପତି ଏବଂ ବିଚାର ବିଭାଗୀୟ କାର୍ଯ୍ୟକଳାପ ସହ ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ହେଉଥିବା ଟ୍ରୋଲକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରେଗୁଲେସନ ଉପରେ ସହମତି ପ୍ରକାଶ କରିଥିଲେ।

   Related Posts