LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

Ramnath Goenka Journalism Awards: ବିଜେତାଙ୍କୁ ସମ୍ମାନୀତ କଲେ ପ୍ରଧାନ ବିଚାରପତି

23/03/2023 at 12:47 PM

Ramnath Goenka Journalism Awards

ନୂଆଦିଲ୍ଲୀ ୨୩/୦୩; ବୁଧବାର ନୂଆଦିଲ୍ଲୀରେ ରାମନାଥ ଗୋଏଙ୍କା ପୁରସ୍କାର ୨୦୨୦  ଏବଂ ୨୦୧୯ର ବିଜେତାମାନଙ୍କୁ ସମ୍ମାନିତ କରାଯାଇଛି ।  ପ୍ରିଣ୍ଟ ମିଡିଆ, ଡିଜିଟାଲ୍ , ବ୍ରଡକାଷ୍ଟ ମିଡିଆ , ରାଜନୈତିକ ଏବଂ କ୍ରୀଡା ସାମ୍ବାଦିକତାରେ ସାମିଲ୍‌ ଥିବା ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡିୟାଇ ଚନ୍ଦ୍ରଚୂଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଳା, ସଂସ୍କୃତି ଏବଂ ମନୋରଞ୍ଜନ ରିପୋର୍ଟ ବର୍ଗରେ indianexpress.com ର ଟୋରା ଅଗ୍ରୱାଲାଙ୍କୁ  ତାଙ୍କ କାହାଣୀ ‘ଜିଗରସ୍‌’ ପାଇଁ ସମ୍ମାନୀତ ହୋଇଛନ୍ତି।

ଦି ପ୍ରିଣ୍ଟରୁ ଜ୍ୟୋତି ଯାଦବ ଏବଂ ବିସ୍ମି ଟାସ୍କିନଙ୍କୁ ଗ୍ରାମୀଣ ଉତ୍ତରପ୍ରଦେଶ ଏବଂ ବିହାରରେ ପ୍ରବାସୀ ଭାରତୀୟଙ୍କ କାହାଣୀ ପାଇଁ ‘ପ୍ରିଣ୍ଟ: ହିନ୍ଦୀ ୨୦୨୦’ କାଟାଗୋରୀରେ ପୁରସ୍କୃତ କରାଯାଇଥିଲା। ଗଙ୍ଗାରେ ଭାସୁଥିବା ଶରୀରଗୁଡିକ ନେଇ କରିଥିବା କାହାଣୀ ପାଇଁ ଆଜତକ୍‌ର ଆଶୁତୋଷ ମିଶ୍ର ସମ୍ମାନୀତ ହୋଇଛନ୍ତି। ଅରୁଣ ମୋହନ ସୁକୁମାରଙ୍କୁ ମିଡନାଇଟ୍‌ ମେସିନ୍‌ସ୍‌ ଏବଂ ତ୍ରିପୁରଦମାନ ସିଂଙ୍କୁ  Sixteen Story Days  ପାଇଁ ସମ୍ମାନୀତ କରାଯାଇଛି। ବିବିସି ନ୍ୟୁଜ୍ ମରାଠୀର ଶ୍ରୀକାନ୍ତ ବଙ୍ଗଲେଙ୍କୁ ଏକ କ୍ଷୁଦ୍ର ମହାରାଷ୍ଟ୍ର ଗ୍ରାମରେ ‘ମସାଲା କ୍ୱିନ୍‌’ର ପତନ ଏବଂ ଉତ୍ଥାନର କାହାଣୀ ପାଇଁ ଆଞ୍ଚଳିକ ଭାଷା ପ୍ରସାରଣ ବର୍ଗରେ ପୁରସ୍କୃତ କରାଯାଇଥିଲା।

   Related Posts