ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଇମରାନ ଖାନଙ୍କ ଘରୁ ୫ଟି AK-୪୭ ଏବଂ ଶହ ଶହ ଗୁଳି ଜବତ, ଗୃହଯୁଦ୍ଧ ମୁହାଣରେ ପାକିସ୍ତାନ !

18/03/2023 at 8:16 PM

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜମାନ ପାର୍କ ସ୍ଥିତ ଘରୁ ଆସଲ୍ଟ ରାଇଫଲ ସହ ଗୁଳି ଜବତ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି ଏବଂ ଆକ୍ରମଣ କରିଥିବା ୬୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଛି । ଶନିବାର ତୋଶାଖାନା ମାମଲାରେ ଶୁଣାଣି ପାଇଁ ଇମରାନ ଖାନ ଇସଲାମାବାଦ ଯାତ୍ରା କରିବା ପରେ ପୋଲିସ କବାଟ ଭାଙ୍ଗି ଘରେ ପଶିଥିଲା । ଏହି ସମୟରେ ପିଟିଆଇ ସମର୍ଥକଙ୍କ ସହ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଉଭୟ ପକ୍ଷର ଲୋକେ ଆହତ ହୋଇଛନ୍ତି । ଇମରାନ ଖାନଙ୍କ ଘରୁ ମିଳିଥିବା ହତିଆର ଦେଖି ପୋଲିସ ଚକିତ ହୋଇଛି ।

ଶନିବାର ସକାଳେ ଲାହୋର ଜମାନ ପାର୍କ ଅଞ୍ଚଳରୁ ପିଟିଆଇ ସମର୍ଥକଙ୍କୁ ପୋଲିସ ହଟାଇଥିଲା । ଏହାସହ ଅଞ୍ଚଳରେ ୧୪୪ ଲାଗୁ କରାଯାଇଥିଲା । ଇମ୍ରାନ ଖାନଙ୍କ ଘରର ମୁଖ୍ୟ ଗେଟ୍ ଭାଙ୍ଗିବା ପାଇଁ ପୋଲିସ ଜେସିବିର ସାହାଯ୍ୟ ନେଇଥିଲା । ପଞ୍ଜାବ ପୋଲିସର ମହାନିରୀକ୍ଷକ ଉସ୍ମାନ ଅନୱର କହିଛନ୍ତି ଯେ ପୋଲିସ ସର୍ଚ୍ଚ ଅପରେସନ ଶେଷ ହୋଇଛି । ସେ କହିଛନ୍ତି ଯେ ଇମରାନଙ୍କ ଘରୁ ଏକେ-୪୭ ଆସଲ୍ଟ ରାଇଫଲ ଏବଂ ବଡ଼ ସଂଖ୍ୟାରେ ଗୁଳିଗୋଳା ଜବତ କରାଯାଇଛି । ଏହାଛଡ଼ା କାଚ ବୋତଲ ସହ ଅନ୍ୟ ହରିଆର ଜବତ କରାଯାଇଛି ।

ଉସ୍ମାନ ଅନୱର କହିଛନ୍ତି ଯେ ଇମରାନଙ୍କ ଘରୁ ୫ଟି ଏକେ ୪୭ ରାଇଫଲ ମିଳିଛି । ତେବେ ବନ୍ଧୁକଗୁଡିକର ଆଇନ ସ୍ଥିତିର ମୂଲ୍ୟାଙ୍କନ କରାଯିବ, ବନ୍ଧୁକଗୁଡିକର ଲାଇସେନ୍ସ ଅଛି କି ନାହିଁ ତାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

   Related Posts