ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ରେଜଲ୍ଟ: ଶୃତି ଶର୍ମା IAS ଟପ୍ପର, ଦ୍ୱିତୀୟରେ ଅଙ୍କିତା ଓ ତୃତୀୟ ସ୍ଥାନରେ ଜାମିନୀ

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ ୩୦/୦୫: ପ୍ରକାଶ ପାଇଛି ୨୦୨୧ ସିଭିଲ ସର୍ଭିସ୍ ରେଜଲ୍ଟ । ୟୁନିୟନ ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ସିଭିଲ ସର୍ଭିସ ୨୦୨୧ର ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଏଥର ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ଶୃତି ଶର୍ମା ଆଇଏଏସ୍ ଟପ୍ପର ହୋଇଛନ୍ତି । ଆଇଏଏସ୍ ରାଙ୍କର ପ୍ରଥମରେ ଶୃତି ରହିଥିବା ବେଳେ ଦ୍ବିତୀୟରେ ଅଙ୍କିତା ଅଗ୍ରଓ୍ବାଲ ଏବଂ ତୃତୀୟରେ ଅଛନ୍ତି ଜାମିନୀ ସିଙ୍ଗଲା ।

wp:html /wp:html

ସିଭିଲ ସର୍ଭିସରେ ୬୮୫ ଜଣ ପରୀକ୍ଷାର୍ଥର କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣଙ୍କୁ ଆଇଏଏସ୍ ରାଙ୍କ ମିଳିଥିବା ବେଳେ, ୨୦୦ ଜଣଙ୍କୁ ଆଇପିଏସ୍ ଏବଂ ୩୭ ଜଣଙ୍କୁ ଆଇଏଫ୍‌ଏସ୍ ରାଙ୍କ ମିଳିଛି । ୟୁପିଏସ୍‌ସି ସିଭିଲ ସର୍ଭିସ ମେନ୍ ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀ ଅଫିସିଆଲ ଓ୍ବେବସାଇଟ୍‌ upsc.gov.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ। ସେହଭଳି ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ ।

୨୩୨ ରାଙ୍କରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ । ୨୭୩ ରାଙ୍କରେ ସମୀର କୁମାର ଜେନା । ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ ଓ ୩୭୬ ରାଙ୍କରେ ହର୍ଷିତ ମେହେର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.