ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍ : ବୁଧବାର ରାଜ୍ୟସଭାରେ ବିଲ୍ ଆଗତ ହେବାର ସମ୍ଭାବନା

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ ୧୦।୧୨: ନାଗରିକତା ସଂଶୋଧନ ବିଲ୍ -୨୦୧୯ ଲୋକସଭାରେ ପାସ୍ ହୋଇଛି। ଗୃହରେ ଉପସ୍ଥିତ ଥିବା ମୋଟ ୩୯୧ସଦସ୍ୟଙ୍କ ମଧ୍ୟରୁ ବିଲ୍ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ମାତ୍ର ୮୦ଟି ଭୋଟ୍ । ବିରୋଧୀ ଦଳ ପକ୍ଷରୁ ଆଗତ ସବୁ ସଂଶୋଧନ ପ୍ରସ୍ତାବ କାଟ୍ ଖାଇଥିଲା । ଲୋକସଭାରେ ବିଲ୍ ପାସ୍ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।  

wp:core-embed/twitter {"url":"https://twitter.com/ANI/status/1204107437646602246","type":"rich","providerNameSlug":"twitter","className":""}
https://twitter.com/ANI/status/1204107437646602246
/wp:core-embed/twitter

ଗୃହମନ୍ତ୍ରୀ ଅମିତ ଶାହା  ଗୃହରେ  ନାଗରିକତାସଂଶୋଧନ ବିଲ୍ ଆଗତ  ପରେ ଏହାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଜୋରଦାର ବିତର୍କ ହୋଇଥିଲା । ବିରୋଧୀ ବିଲକୁ ନେଇ ହଙ୍ଗାମା କରିଥିଲେ । ସରକାରଙ୍କ ଆଗରେ ପ୍ରଶ୍ନର ପାହାଡ ଗଦା କରିଥିଲେ । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଗୃହରେ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। । ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହେବାପରେ ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ  ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ନାଗରିକତା ସଂଶୋଧନ ବିଲ୍ ବୁଧବାର ରାଜ୍ୟସଭାରେ ଆଗତ କରାଯିବାର ସମ୍ଭାବନା ରହିଛି । ନାଗରିକତା ସଂଶୋଧନ ବିଲ୍ କୌଣସି ପ୍ରକାରରେ ଅସାମ୍ବିଧାନିକ ନୁହଁ  ବୋଲି ଅମିତ ଶାହ କହିଛନ୍ତି । ଏହି ବିଲ୍ କୌଣସି ଧର୍ମ  ବିରୋଧରେ ଭେଦଭାବ ରଖୁନି । ନାଗରିକତା ସଂଶୋଧନ ବିଲ୍ ଦ୍ବାରା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀ ମାନଙ୍କୁ ଭାରତରେ ନାଗରିକତା ମିଳିପାରିବ ବୋଲି  ଗୃହମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.