ୟୁକ୍ରେନ ବିରୋଧରେ ଯେତିକି ଦୀର୍ଘ ହେଉଛି ଯୁଦ୍ଧ, ପୁଟିନଙ୍କ ଉପରୁ ସେତିକି ହଟୁଛି ଜନତାଙ୍କ ଭରସା, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | March 04, 2022 IST

ମସ୍କୋ ୪।୩: ୟୁକ୍ରେନ ବିରୋଧରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗତ ଫେବୃଆରୀ ୨୪ ତାରିଖ ପ୍ରତ୍ୟୁଷରେ ଯୁଦ୍ଧ ଘୋଷଣା କରିଥିଲେ। ପ୍ରଥମରୁ ଋଷିଆ ତାର ଏପରି କୌଣସି ଆଭିମୁଖ୍ୟ ନଥିବା କହୁଥିଲା। ଏଣୁ ପୁଟିନ ସିଧାଶଳଖ ଯୁଦ୍ଧ ବଦଳେ ‘ବିଶେଷ ସାମରିକ କାର୍ଯ୍ୟାନୁଷ୍ଠାନ’ ବୋଲି ଘୋଷଣା କରିଥିଲେ। ଏଥିରୁ ଏହା ଏକ ସୀମିତ ସମୟର କ୍ଷୁଦ୍ର ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଦେଶବାସୀ ଭାବିଥିଲେ। ହେଲେ ଏବେ କାର୍ଯ୍ୟାନୁଷ୍ଠାନ ପୁଟିନଙ୍କ ଆକଳନ ବାହାରକୁ ଯାଇସାରିଥିବା ବେଳେ ନାଗରିକ ଧୈର୍ଯ୍ୟ ହରାଇଲେଣି। 

{"id":595681,"sizeSlug":"full","linkDestination":"none"}

ଋଷିଆର ଯୁଦ୍ଧଘୋଷଣା ଯୋଗୁ ଏବେ ପାଶ୍ଚାତ୍ୟ କଟକଣା କଡ଼ାକଡି ହୋଇଛି। ଫଳରେ ଋଷିଆର ସମସ୍ୟା ଏବେ ବଳେଇବାକୁ ଲାଗିଲାଣି। କଟକଣା ଯୋଗୁ ଡଲାର ତୁଳନାରେ ରୁବଲ ମୂଲ୍ୟ ହରାଇଛି। ପରିସ୍ଥିତି ଆୟତ୍ତ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ଅସମୟରେ ସୁଧ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି। ଦିନଦିନ ଧରି ଶେୟାର ମାର୍କେଟ ବନ୍ଦ ରହିବା ଏବେ ବଜାରରୁ ନିବେଶକଙ୍କୁ ନିରାଶ କରୁଛି।  ଏପରିକି କେତେବେଳ କ’ଣ ହେବ ସେହି ଆଶଙ୍କାରେ ଲୋକେ ଋଷିୟ ବ୍ୟାଙ୍କମାନଙ୍କରୁ ସେମାନଙ୍କର ଜମା ଟଙ୍କା ଉଠାଇନେବାରେ ଲାଗିଛନ୍ତି।

ପୁଟିନଙ୍କ ଯୁଦ୍ଧ ଘୋଷଣାରେ ଲୋକେ ଭାବିଥିଲେ ହୁଏତ ଏବେ ଋଷିଆର ସୁରକ୍ଷା ସମ୍ପର୍କିତ ଦାବି ପ୍ରତି ପଶ୍ଚିମ ଦେଶମାନେ ବିଚାର କରିବାକୁ ବାଧ୍ୟ ହେବେ। ହେଲେ ଏହାର ବିପରୀତ ପାଶ୍ଚାତ୍ୟ ଦେଶମାନଙ୍କ ଆଭିମୁଖ୍ୟ ଆହୁରି  କଡା  ହୋଇଛି। ଯାହା ସାଧାରଣ ଋଷୀୟଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଛି। ଏଥିରେ ନିକଟ ଭବିଷ୍ୟତରେ ୟୁକ୍ରେନକୁ ଋଷିଆ ପୂର୍ଣ୍ଣ ନିୟନ୍ତ୍ରଣ କରିବ ସେ ଆଶା ମଧ୍ୟ ମଉଳି ଗଲାଣି। ଏଣୁ ଦେଶରେ ସରକାରଙ୍କ ପ୍ରତି ଏବେ ଲୋକଙ୍କ ଭରସା ଉଠିବାରେ ଲାଗିଲାଣି। ସେପଟେ କିଛି ଋଷିୟ ବିଶେଷଜ୍ଞ ଏଥିରୁ ନିଶ୍ଚିତ କିଛି ସଫଳତା ମିଳିବ ବୋଲି ଏବେ ଦେଶବାସୀଙ୍କୁ ବୁଝେଇବାକୁ ଉଦ୍ୟମ କରୁଥିଲେ ହେଁ ସେମାନଙ୍କ କଥାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। 

{"id":595687,"width":839,"height":565,"sizeSlug":"full","linkDestination":"none"}

ଋଷିଆ ପ୍ରତିରକ୍ଷା ଜର୍ଣ୍ଣାଲ ‘ଅର୍ସନଲ ଅଫ ଦି ଫାଦର ଲ୍ୟାଣ୍ଡ’ ର ବିଶ୍ଲେଷକ ଅଲେକ୍ସି ଲିଓନକଭ ଅସ୍ତ୍ରରୁ କଣ ହାସଲ ହୋଇପାରିବ ଏହା ଋଷିଆ ଭଲ ରୂପେ ଜାଣେ ବୋଲି କହିଛନ୍ତି। ଯଦି ଏହି ସୀମାକୁ ଆମେ ପାର ନ ହୋଇପାରୁଛେ ଆମ ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା ଯେତିକି ଯୁଦ୍ଧ କରିବା ଯୋଗୁ ନ ହେଉଛି ବୋଲି ସେ କହିଛନ୍ତି। ତେବେ ଯୁଦ୍ଧ ଯୋଗୁ ଋଷିଆକୁ ଏବେ ଢେର କ୍ଷତି ସହିବାକୁ ପଡୁଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି। କାରଣ ଯୁଦ୍ଧ ୯ ଦିନରେ ପହଞ୍ଚିସାରିଥିଲେ ବି ୟୁକ୍ରେନୀୟ ସୈନିକଙ୍କ ମନୋବଳ ଭାଙ୍ଗିବାରେ ଆମେ ସକ୍ଷମ ହୋଇପାରୁନଥିବା ଋଷିଆର ଆକାଡେମୀ ଅଫ ମିଲିଟାରୀ ସାଇନ୍ସେସ୍ ର ପ୍ରଫେସର ଭେଦିମ କୋଜ୍ୟୁଲିନ କହିଛନ୍ତି।

ଯଦିଓ ଋଷିଆ ଆକ୍ରମଣରେ ୟୁକ୍ରେନ ସାମରିକ ଭିତ୍ତିଭୂମିର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି ତଥାପି ୟୁକ୍ରେନ ସେନାର ସଞ୍ଚାର ନେଟୱାର୍କ ଏବେବି ସକ୍ରିୟ ରହିଛି। ଏହାର ଅର୍ଥ ଋଷିଆର ସୈନ୍ୟ କାର୍ଯ୍ୟାନୁଷ୍ଠାନର କୌଣସି ନା କୌଣସି ସ୍ଥାନରେ ଦୁର୍ବଳତା ରହିଛି ବୋଲି ସେ କହିଛନ୍ତି। ଋଷିୟ ସୈନିକ ଏପର୍ଯ୍ୟନ୍ତ ଯୁକ୍ରେନ ସୈନିକଙ୍କ ମୁହାଁମୁହିଁ ହୋଇ ନାହାନ୍ତି। ଯେତେବେଳେ ଉଭୟ ସେନା ମୁହାଁମୁହିଁ ଅବସ୍ଥାକୁ ଆସିବେ ସେତେବେଳେ ପରିସ୍ଥିତି ଆହୁରି ସଙ୍ଗିନ ହେବ ବୋଲି କୋଜ୍ୟୁଲିନ ଆଶଙ୍କା କରୁଛନ୍ତି।

{"id":595684,"width":841,"height":631,"sizeSlug":"full","linkDestination":"none"}

ଏଥିରେ ଋଷିଆ ସରକାର ପାଶ୍ଚାତ୍ୟ କଟକଣାର ମୁକାବିଲା ଲାଗି ସକ୍ଷମ ବୋଲି ବାରମ୍ବାର ଦାବି କରୁଛନ୍ତି । ପୁଟିନ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଘୋଷଣା କଲେ ଆଗକୁ ସମ୍ମୁଖୀନ ହେବାକୁ ଥିବା ଆହ୍ୱାନର ସେ ପୂର୍ଣ୍ଣ ଆକଳନ କରିଥିଲେ ବୋଲି କୁହାଯାଉଛି। ହେଲେ ୟୁକ୍ରେନ ଆକ୍ରମଣ ଯୋଗୁ ଦେଶବାସୀ ଭୋଗୁଥିବା ପରିସ୍ଥିତିରୁ ପୁଟିନ ସରକାରଙ୍କ ଦାବି ପ୍ରତି  ଲୋକଙ୍କ ଭରସା ଏବେ ଉଠିବାକୁ ଲାଗିଲାଣି ବୋଲି ଜଣାପଡିଲାଣି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.