ଜିଓ ଓ୍ଵାର୍ଲ୍ଡ ସେଣ୍ଟରର ସୁରକ୍ଷା କରିବେ CISF, ମୁତୟନ ହେବେ ୨୦୦ ଯବାନ

Published By : Prameya-News7 Bureau | March 21, 2022 IST

ମୁମ୍ବାଇ ୨୧।୦୩: କେନ୍ଦ୍ର ସରକାର ନିକଟରେ ନବ ନିର୍ମିତ ରିଲାଏନ୍ସ ଜିଓ ଟାଓ୍ଵାରର ସୁରକ୍ଷା ଦାୟିତ୍ଵ ସିଆଇଏସଏଫକୁ ଦେବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ରୀୟ ଔଦୌଗିକି ସୁରକ୍ଷା ବଳ(ସିଆଇଏସଏଫ)ର ୨୦୦ ଯବାନ ଜିଓ ଓ୍ଵାର୍ଲ୍ଡ ସେଣ୍ଟରକୁ ସୁରକ୍ଷା ପ୍ରଦାନ କରିବେ। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ପ୍ରାୟ ୧୮ ଏକର ଜମିରେ ନିର୍ମିତ ଏହି କୋଠା ଫିଫା ଫୁଟବଲ୍ ପଡିଆଠୁ ପ୍ରାୟ ୧୨ ଗୁଣା ଏବଂ ନ୍ୟୁୟର୍କର ଏମ୍ପାୟର ଷ୍ଟେଟ୍ ବିଲ୍ଡିଂଠୁ ପ୍ରାୟ ୧୦ ଗୁଣ ଅଧିକ ବଡ ରହିଛି।

ରିଲାଏନ୍ସର ଏହା ତୃତୀୟ ପ୍ରୋପୋଟୀ ଯାହାକୁ ସିଆଇଏସଏଫ ସୁରକ୍ଷା ପ୍ରଦାନ କରିବେ। ଏହା ପୂର୍ବରୁ ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ ଆଇଟି ପାର୍କ ଏବଂ ଗୁଜରାଟର ଜାମନଗର ସ୍ଥିତ ରିଲାଏନ୍ସ ରିଫାଇନାରୀକୁ ସିଆଇଏସଏଫ ସୁରକ୍ଷା ମିଳିଛି। ରିଲାଏନ୍ସର ପ୍ରମୋଟର ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀଙ୍କୁ ପୂର୍ବରୁ ସିଆରପିଏଫର ଭିଆଇପି ସିକ୍ୟୁରିଟି ସୁରକ୍ଷା ମିଳି ଆସିଛି।

ସୂଚନା ଅନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ସିଆଇଏସଏଫର ପ୍ରାୟ ୨୩୦ ଯବାନ ସେଣ୍ଟରରେ ମୁତୟନ ହେବେ। ସିଆଇଏସଏଫର ଯବାନ ଏହି ବିଲ୍ଡିଂକୁ ଆତଙ୍କୀ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଠୁ ମିଳିଥିବା ସମ୍ଭାବିତ ଆତଙ୍କୀ ଆକ୍ରମଣ ଇନପୁଟ୍ ଆଧାରରେ ଉକ୍ତ ବିଲ୍ଡିଂକୁ ସିଆଇଏସଏଫ ସୁରକ୍ଷା ଯୋଗାଇ ଦେବାକୁ ମଞ୍ଜୁରୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.