Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାରାଦୀପ ବନ୍ଦର କର୍ମଚାରୀଙ୍କ କ୍ବାର୍ଟରରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

10/06/2023 at 3:34 PM

ପାରାଦୀପ ୧୦୬: ପାରାଦୀପ ବନ୍ଦର କର୍ମଚାରୀଙ୍କ କ୍ବାର୍ଟରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଦୁଇଟି ବାଇକ୍ ସହ ଦୁଇଟି ସଇକେଲ ପୋଡିଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସିଆଇଏସଏଫର ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ୧୨ଟା ସମୟରେ ନୂଆବଜାର ସ୍ଥିତ ପାରାଦୀପ କ୍ବାର୍ଟରର ସିଡି ଘରେ ନିଆଁ ହୁତୁହୁତୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ସିଆଇଏସଏଫର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ସିଆଇଏସଏଫର ଯବାନମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କ୍ବାର୍ଟରରେ କୌଣସି ଆସବାବପତ୍ର ନଷ୍ଟ ହୋଇନଥିବା ବେଳେ ସିଡି ଘରେ ଥିବା ଦୁଇଟି ବାଇକ ସହ ଦୁଇଟି ସାଇକେଲ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ସିଆଇଏସଏଫର ଯବାନମାନେ ଦୁଇ ତାଲାରେ ଫସିଥିବା ଛୋଟପିଲାଙ୍କ ସମେତ ବୃଦ୍ଧ-ବୃଦ୍ଧାମାନଙ୍କୁ ଉଦ୍ଧାର କରିଥିଲେ ।

You Can Read :

   Related Posts