suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋଭିଡ଼ରେ ଆଖିବୁଜିଲେ CISF ଯବାନ, ପତ୍ନୀଙ୍କର ମଧ୍ୟ ଚାଲିଛି ଚିକିତ୍ସା

7/11/2020 at 8:36 AM

ତାଳଚେର ୦୭।୧୧: କରୋନା ଛଡାଇନେଲା ସୁଖ । ଗୋଟିଏ ପଟେ କରୋନାରେ ସଂକ୍ରମିତ ହୋଇ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ପଟେ କରୋନା ସଂକ୍ରମିତ ହୋଇ ସ୍ତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଏପରି ଏକ ଘଟଣା ଘଟିଛି ତାଳଚେରରେ । କରୋନାରେ ସଂକ୍ରମିତ ହୋଇ ଜଣେ CISF ଯବାନଙ୍କର ମୃତ୍ୟୁ ହୋଇଛି । ମୃତ ଯବାନ୍ ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗୀର ଶଶୀଭୂଷ ମହାନ୍ତି ବୋଲି ଜଣାପଡିଛି । ସେ ଉତ୍ତରପ୍ରଦେଶର ସ୍ୱର୍ଣ୍ଣଭଦ୍ରା ଜିଲ୍ଲାରେ ଥିବା ଏନ୍‌ଟିପିସି ପ୍ରକଳ୍ପରେ CISF ଯବାନ୍ ଭାବେ କାର୍ଯ୍ୟରତ ଥିଲେ।

ଖବର ଅନୁଯାୟୀ, ୫ ଦିନ ତଳେ ସେ ଏଠାକୁ ଆସିଥିବା ବେଳେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ ମଧ୍ୟ ମୃତ ଯବାନଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। କୋଭିଡ୍ ନିୟମାନୁଯାୟୀ ଅନୁଗୁଳ କରଡ଼ାଗାଡ଼ିଆ ଶ୍ମଶାନରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ କରାଯାଇଥିଲା। ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି।

   Related Posts