scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦାନ୍ତେଓ୍ବାଡାରେ ନକ୍ସଲ ପୁଣି ଉଡାଇଲେ ବସ୍ ; ଜଣେ ସିଆଇଏସଏଫ ଯବାନଙ୍କ ସମେତ ୪ ସହିଦ, ଦୁଇ ଗୁରୁତର

8/11/2018 at 2:04 PM

ଦାନ୍ତେଓ୍ବାଡା ୮|୧୧: ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାରେ ପୁଣି ନକ୍ସଲ୍ ହମଲା । ଦାନ୍ତେୱାଡ଼ା ଜିଲ୍ଲାର ବାଚେଲୀରେ ଉଡ଼ାଇଦେଲେ ମିନି ବସ୍ । ଯେଉଁଥିରେ ଜଣେ ସିଆଇଏସଏଫ୍ ଯବାନଙ୍କ ସହ ୩ ଜଣ ବସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନକ୍ସଲମାନଙ୍କର ଏହା ତୃତୀୟ ହମଲା ଥିବା ବେଳେ ଦାନ୍ତେୱାଡ଼ାରେ ଦ୍ବିତୀୟ । ପୁଣି ଜଗଦଲପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ଦିନକ ପୂର୍ବରୁ ଏମିତି କାଣ୍ଡ ଘଟାଇଛନ୍ତି ନକ୍ସଲ୍ ।

ପୁଣି ଛତିଶଗଡ଼ରେ ତାଣ୍ଡବ ରଚିଲେ ମାଓବାଦୀ । ପୁଣି ଉଡ଼ାଇଲେ ସୁରକ୍ଷାବାହିନୀଙ୍କ ବସ୍‌ । ରାସ୍ତାରେ ଏଠି ସେଠି ଛିଟିକି ପଡ଼ିଛି ମୃତଦେହ । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବାଚେଲିରେ ଏମିତି କାଣ୍ଡ ଘଟାଇଛନ୍ତି ନକ୍ସଲ୍ । ଆଇଇଡି ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ମିନିବସ୍ । ଯେଉଁଥିରେ ଜଣେ ସିଆଇଏସଏଫ୍  ଯବାନଙ୍କ ସହ ବସର ଡ୍ରାଇଭର୍, କଣ୍ଡକ୍ଟର୍ ଓ କ୍ଲିନର୍ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଛତିଶଗଡ଼ରେ ଏବେ ନିର୍ବାଚନୀ ମାହୋଲ।  ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଗତ ୧୫ ଦିନ ଭିତରେ ଏହା  ନକ୍ସଲମାନଙ୍କର ତୃତୀୟ ହମଲା । ଗତମାସ ୨୭ରେ ବିଜାପୁରରେ ପ୍ରଥମ ବ୍ଲାଷ୍ଟ କରିଥିଲେ। ଏଥିରେ ୪ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ। ସେହିପରି ୩୦ ତାରିଖରେ ସେହି ଦନ୍ତେୱାଡ଼ାରେ ସୁରକ୍ଷାବାହିନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଦୂରଦର୍ଶନ କ୍ୟାମେରାମ୍ୟାନ ସହ ୨ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ସୁରକ୍ଷା ବାହିନୀଙ୍କୁ ହମଲା କରିଛନ୍ତି।

ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜଗଦଲପୁର ଯିବାର ଅଛି । ତା ପୂର୍ବରୁ ଦନ୍ତେୱାଡ଼ାରେ ହୋଇଛି ଲାଲ୍ ହମଲା । ସୁକମା ଜିଲ୍ଲାରେ ମଧ୍ୟ ମାଓବାଦୀମାନେ ଜଣଙ୍କ ମୁଣ୍ଡ ନେଇଛନ୍ତି । ଫୁଲବାଗଡ଼ି ଥାନା ବୋଡ଼କା ଗାଁର ପୂର୍ବତନ ସରପଞ୍ଚ ଧୁରୁବା କମଳୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି । କିଛିଦିନ ତଳେ ଧୁରୁବାଙ୍କ ସାନଭାଇଙ୍କୁ ମଧ୍ୟ ନକ୍ସଲମାନେ ହତ୍ୟା କରିଥିଲେ ।

   Related Posts