କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍‌ଫ୍ ସୁରକ୍ଷା କର୍ମୀ କୁଲୱିନ୍ଦର କୌରଙ୍କୁ ସୁନା ମୁଦି ଉପହାର

Published By : Prameya-News7 Bureau | June 08, 2024 IST

toi

ନୂଆଦିଲ୍ଲୀ: କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହୋଇଥିବା ସିଆଇଏସ୍‌ଏଫ୍ ମହିଳା ସୁରକ୍ଷାକର୍ମୀ କୁଲୱିନ୍ଦର କୌରଙ୍କୁ କିଛି ନିନ୍ଦା କରୁଥିବା ବେଳେ କିଛି ପ୍ରଶଂସା କରୁଛନ୍ତି। କୁଲୱିନ୍ଦରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ସଂଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନି ତାଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି। ଏପଟେ କୋଏମ୍ବାତୁରର ଥାନ୍ଥାଇ ପେରିୟାର ଦ୍ରାଭିଡାର କାଝାଗମ(ଟିପିଡିକେ) କୁଲୱିନ୍ଦରଙ୍କୁ  ୮ଗ୍ରାମର ଏକ ସୁନା ମୁଦି ଦେବ ବୋଲି ଘୋଷଣା କରିଛି। ଏହି ମୁଦିରେ ପେରିୟାର ଫଟୋ ରଖାଯିବ ବୋଲି ଟିପିଡିକେ କହିଛି।

ଏନେଇ ଟିଡିପି ଜେନେରାଲ ସେକ୍ରେଟେରି କୁମାର ରାମକୃଷ୍ଣନ କହିଛନ୍ତି “ କୃଷକଙ୍କ ସମର୍ଥନରେ ଛିଡ଼ା ହୋଇଥବା କୁଲୱିନ୍ଦର କୌରଙ୍କୁ ଉତ୍ସାହିତ କରିବାକୁ ଆମେ ସୋମବାର ତାଙ୍କୁ ୮ ଗ୍ରାମର ଏକ ସୁନା ମୁଦି ପଠାଇବାକୁ ଯୋଜନା କରୁଛୁ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରେ ତାଙ୍କ ମାଆ ବି ଉପସ୍ଥିତ ଥିଲେ।”

ରାମକୃଷ୍ଣନ ଆହୁରି କହିଛନ୍ତି “ଆମେ କୁଲୱିନ୍ଦର କୌରଙ୍କ ଘର ଆଡ୍ରେସ୍‌ରେ ସୁନା ମୁଦି ପଠାଇବୁ। ଯଦି କୋରିଅର ସର୍ଭିସ୍ ସୁନା ମୁଦି ଗ୍ରହଣ କରିବେ ନାହିଁ। ତେବେ ମୁଦି ଦେବାକୁ ଓ ପେରିଆର୍‌ଙ୍କ ଉପରେ ଆଧାରିତ କିଛି ବହି ଦେବାକୁ ଆମେ ଆମର ଜଣେ ସଦସ୍ୟ ଟ୍ରେନ୍ ହେଉ କିମ୍ବା ଫ୍ଲାଇଟ୍‌ରେ ତାଙ୍କ ଘରକୁ ପଠାଇବୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.