ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଜୀବନ କେତେବେଳେ କାହାକୁ ଦିଏ କଣ ? ଦିନଥିଲା ରାସ୍ତା କଡରେ ରହୁଥିଲେ ଶାନ୍ତି, ଏବେ ମୁଣ୍ଡ ଗୁଞ୍ଜିବାକୁ ଘର, ଚାକିରୀ ସହ ମଳୁଛି ସମ୍ମାନ

25/06/2021 at 10:09 AM

ଚେନ୍ନାଇ ୨୫/୬ : ଚେନ୍ନାଇର ରାସ୍ତା କଡରେ ରହୁଥିଲେ ୩୮ ବର୍ଷୀୟ ଶାନ୍ତି । ହେଲେ ତାଙ୍କର ପୁରୁଣା ଜୀବନ ବିଷୟରେ ଯେ କେହି ବି ଶୁଣିବ ତା ଆଖିରୁ ଦୁଇ ଠୋପା ଲୁହ ଗଡିଆସିବ । ଶାନ୍ତି କୁହନ୍ତି ଦିନଥିଲା “ମୋର ପିନ୍ଧିବାକୁ ଥିଲା ଖଣ୍ଡିଏ ଶାଢୀ । ଆଉ ଖଣ୍ଡେ ଶାଢୀ ନଥିଲା । ତେଣୁ, ମୁଁ ସେଇ ଗୋଟିଏ ଶାଢୀକୁ ଧୋଇ ଶୁଖାଇ ପିନ୍ଧୁଥିଲି । ସେ ଆହୁରି କୁହନ୍ତି ଯେତେବେଳେ ଆମେ ରାସ୍ତାର କୋଣରେ ଶୋଇଥିଲୁ ।

ସେତେବେଳେ ଆମକୁ ଘୋଡାଇବା ପାଇଁ ଜରି ପାଲଟିଏ ବି ନଥିଲା । ଖାଇବାକୁ ଘରେ ଦାନା ନଥିଲା ବୋଲି ମୁଁ ଭିକ୍ଷ ମାଗି ପେଟ ପୋଷିଛି । କେବଳ ସେତେକି ନୁହେଁ ଦରକାର ପଡିଲେ ମୁଁ ଲୋକଙ୍କ ଅଇଁଠା ବି ଉଠାଇ ଖାଏ । ଶାନ୍ତି ଯେଉଁ ଦୁନିଆର ସମ୍ମୁଖୀନ ହୋଇଥିଲେ ସେତେବେଳେ ସେ ଦୁନିଆ ତାଙ୍କ ପାଇଁ ଥିଲା ନିର୍ଦ୍ଦୟ ଓ ଉଦାସୀନ । ସ୍ଥିତି ଏପରି ଥିଲା ଯେ, ଯେତେବେଳେ ମୁଁ ଭିକ୍ଷାବୃତି କରୁଥିଲେ ସେବେ, ପୁରୁଷ ଲୋକମାନେ ମୋତେ ସେମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ବେଳେବେଳ ଲାଗେ, ମୁଁ ଜଣେ ମହିଳା ଜନ୍ମ ହୋଇ ଜନ୍ମନେଇଥିବାରୁ ବହୁ ଦୁଃଖିତ ଥିଲି । ହେଲେ ଏବେ ଆଜି ଶାନ୍ତିଙ୍କ ଜୀବନରେ ଫେରିଛି ଶାନ୍ତି । ଏବେ ସେ ନିଜର ଘରେ ରହିପାରୁଛନ୍ତି । ରେଳବାଇରେ ଚୁକ୍ତିଭିତ୍ତିକ ଚାକିରୀ ବି ପାଇଛନ୍ତି । ଏବେ ସେ କୁହନ୍ତି ମୋ ଜୀବନରେ ହୋଇଛି ଅନେକ ପରିବର୍ତ୍ତନ । ଯାହାକି ବେଳେବେଳେ ମୋତେ ଅବିଶ୍ୱନୀୟ ପରିଲକ୍ଷିତ ହୁଏ ।

ଏବେ ମୁଁ ବି ଅନ୍ୟମାନଙ୍କ ପରି, କାମକୁ ଯାଉଛି । ମୁଁ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା ବି କରୁଛି । ଆମର ଖୁସି ଏବଂ ମାନସିକ ଶାନ୍ତି ଅଛି ବୋଲି ସେ କୁହନ୍ତି । ଶାନ୍ତିଙ୍କ ଜୀବନରେ ଏହି ନାଟକୀୟ ପରିବର୍ତ୍ତନ ଆଣିିଛି ଇକ୍ୱିଟାସ୍ ଛୋଟ ଫାଇନାନ୍ସ ବ୍ୟାଙ୍କର ବାର୍ଡ ନେଷ୍ଟ ଯୋଜନା । ଏଥିରେ ପକ୍କାଘର ମିଳିବା ସହ ପୁନଃ ଥଇଥାନ କରାଯାଇଥାଏ । ଶାନ୍ତି କହିଛନ୍ତି ଯେ ଯେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା, ସେତେବେଳେ ତାଙ୍କୁ ଇକ୍ୱିଟାସର ଜଣେ ପ୍ରତିନିଧୀ ଆସିଥିଲେ ।

ସେ ପ୍ରତିଶୃତି ଦେଇଥିଲେ ଯେ ସେମାନେ ଆମକୁ ଏକ ଘର ଖୋଜିଦେବେ । ଋଣ ଦେବା ସହ ସେମାନେ ଆମକୁ ସବୁ ଦିଗରେ ସାହାଯ୍ୟ କରିବେ ବୋଲି କହିଥିଲେ । କେବଳ ଇକ୍ୱିଟାସ୍ ବ୍ୟାଙ୍କ ଶାନ୍ତିଙ୍କୁ ଏକ ଘର ଯୋଗାଇ ଦେଇନାହାଁନ୍ତି, ବରଂ ସେମାନେ ତାଙ୍କ ଝିଅର ପାଠପଢାର ଖର୍ଚ୍ଚ ମଧ୍ୟ ନେଇଛନ୍ତି । ଏପରିକି ସେମାନେ ମୋତେ ଭୋଟ ପରିଚୟ ପତ୍ର, ପ୍ୟାନ କାର୍ଡ, ଆଧାର କାର୍ଡ ଏବଂ ଏକ ରାସନ କାର୍ଡର ବ୍ୟବସ୍ଥା କରାଇଛନ୍ତି ବୋଲି କହିଛନ୍ତି ଶାନ୍ତି ।

ଏଥିପାଇଁ ଇକ୍ୱିଟାସ ବ୍ୟାଙ୍କକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ୨୦୧୦ରେ ଆରମ୍ଭ ହୋଇଥିବା ଇକ୍ୱିଟାସ୍ ବାର୍ଡ ନେଷ୍ଟ କାର୍ଯ୍ୟକ୍ରମ ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇରେ ୨୦୭୪ ଜଣଙ୍କୁ ପୁନଃ ଥଇଥାନ କରିଛି । ୧୮ ମାସ ଅବଧି ମଧ୍ୟରେ, ଏହି କାର୍ଯ୍ୟକ୍ରମ ଜରିଆରେ ହିତାଧିକାରୀମାନଙ୍କୁ ଗୃହ, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟସେବା, ଜୀବିକା ଦକ୍ଷତା ବିକାଶ ଏବଂ ସପ୍ଲିମେଣ୍ଟାରୀ ଶିକ୍ଷା ପ୍ରଦାନ କରିଛି । ଯାହା ନିଶ୍ଚିତ କରେ ଯେ ସେମାନଙ୍କୁ ଆତ୍ମନିର୍ଭରଶୀଳତାର ପଥରେ ରଖିବା ପାଇଁ ସମସ୍ତ ସୁଯୋଗ ଦିଆଯାଉଛି ।

   Related Posts