ଡିଏସ୍‌ପି ଝିଅକୁ ସାଲ୍ୟୁଟ୍ କଲେ ସର୍କଲ୍‌ ଇନ୍ସପେକ୍ଟର ବାପା…

Published By : Prameya-News7 Bureau | January 04, 2021 IST

ତିରୁପତି ୦୪/୦୧: ପିତା-ମାତା ଏମିତି ଦୁଇଟି ଶବ୍ଦ ଯାହାକୁ କି ଦୁନିଆର ଶ୍ରେଷ୍ଠ ଶବ୍ଦ ବୋଲି କୁହାଯାଏ। ଏହା ଖାଲି ଦୁଇଟି ଶବ୍ଦ ମଧ୍ୟରେ ସିମୀତ ନୁହେଁ । ଏହାର ପରିବ୍ୟାପ୍ତି ଏତେ ଅସୀମ ଯେ କେହି ପୁଅ ବା ଝିଅ ଏହାକୁ ନିଜ ଆୟତ୍ତକୁ ଆଣିପାରିବେ ନାହିଁ ଏବଂ ଏହା ଏତେ ମୁଲ୍ୟବାନ ଯେ କୌଣସି ବ୍ୟକ୍ତି ଏହାକୁ ଟଙ୍କା ଦେଇ କିଣିପାରିବ ନାହିଁ। କିନ୍ତୁ ସେହି ପିତା-ମାତାଙ୍କୁ ସେମାନଙ୍କ ପିଲାମାନଙ୍କର ସଫଳତା ହିଁ ସେମାନଙ୍କୁ ଦୁନିଆର ସବୁଠାରୁ ଅଧିକ ଖୁସି ଦିଏ। ଏହି ସଫଳତାରୁ ହିଁ ପିତା-ମାତା ହେବାର ମୁଲ୍ୟ ସେ ପାଇଯାଆନ୍ତି।

ଏପରି ଏକ ଘଟଣା ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ପୋଲିସ୍‌ ବିଭାଗରେ କାର୍ଯ୍ୟରତ ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ଯେତେବେଳେ ନିଜ ହାତରେ ଗଢ଼ି ତୋଳି ମଣିଷ କରିଥିବା ଝିଅକୁ ସାଲ୍ୟୁଟ୍‌ ମାରିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା। ସେତେବେଳେ ହିଁ ଶ୍ୟାମ ସୁନ୍ଦର ପିତା ହେବାର ମୁଲ୍ୟ ପାଇଯାଇଥିଲେ। ପ୍ରଶାନ୍ତି ତିରୁପତିକୁ ଡ୍ୟୁଟି କରିବାକୁ ଆସିଥିବା ବେଳେ ଶ୍ୟାମ ସୁନ୍ଦରଙ୍କ ସହ ତାଙ୍କର ଭେଟ ହୋଇଥିଲା।

ଏହି ଘଟଣାଟିକୁ ଆନ୍ଧ୍ରପ୍ରଦେଶ ପୋଲିସ୍ ନିଜର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେୟାର କରି ଲୋକଙ୍କୁ ଜଣାଇଥିଲା। ଟ୍ୱିଟ୍‌ରେ ସେ ସମୟର ଫଟୋ ସେୟାର କରି ପୋଲିସ୍‌ ବିଭାଗ କ୍ୟାପସନ୍‌ରେ, "ଆନ୍ଧ୍ରପ୍ରଦେଶ ପୋଲିସ୍‌ ପରିବାରକୁ ସାଥିରେ ନେଇ ଚାଲିଥାଏ। ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନିଜ ଝିଅକୁ (ପ୍ରଶାନ୍ତି ଯିଏ କି ଏବେ ଆନ୍ଧ୍ରପ୍ରଦେଶ ପୋଲିସ୍‌ରେ ଡିଏସ୍‌ପି ଅଛନ୍ତି) ଗର୍ବ ଏବଂ ସମ୍ମାନର ସହ ସାଲ୍ୟୁଟ୍‌ କରୁଛନ୍ତି" ବୋଲି ଲେଖିଛି।

wp:embed {"url":"https://twitter.com/APPOLICE100/status/1345783117332713473","type":"rich","providerNameSlug":"twitter","responsive":true,"className":""}
https://twitter.com/APPOLICE100/status/1345783117332713473
/wp:embed

ତେବେ ସୂଚନା ଥାଉକି ଶ୍ୟାମ ସୁନ୍ଦର ଏବେ ପୋଲିସ୍‌ ଟ୍ରେନିଂ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି। ପ୍ରଶାନ୍ତି ଜଣେ ଇଞ୍ଜିନିୟର୍‌ ଗ୍ରାଜୁଏଟ୍‌ । ସେ ୨୦୧୮ରେ ଭାରତୀୟ ପୋଲିସ୍‌ ସେବାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.