scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାଲିଗଲେ CID ଫେମ୍ ଦିନେଶ ଫଡନୀସ, ୫୭ ବର୍ଷରେ ଦୁନିଆକୁ କହିଲେ ଅଲବିଦା

5/12/2023 at 11:58 AM

ମୁମ୍ୱାଇ ୦୫/୧୨: ପରଲୋକରେ ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ ଫେମ୍ ଇନ୍ସପେକ୍ଟର ଫ୍ରେଡେରିକ୍ସ । ୫୭ ବର୍ଷ ବୟସରେ ଦିନେଶ ଫଡନିସଙ୍କ ଦେହାନ୍ତ ହୋଇଛି। ବିଳମ୍ୱିତ ରାତିରେ କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୁହାଯାଉଛି ଯେ, ମଲ୍ଟି ଅର୍ଗାନ ଫେଲ୍ ହେତୁ ୫୭ ବର୍ଷୀୟ ଦିନେଶ ଫଡନିସଙ୍କର ମୃତ୍ୟୁ ହୋଇଛି ।

ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦିନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦିନାନନ୍ଦ ଶେଟ୍ଟୀ ଏନେଇ ସ୍ପଷ୍ଟ ହୋଇଛି । ଦୀନେଶ ଯକୃତ, ହୃଦୟ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ଫଳରେ ତାଙ୍କର ଶରୀରର ଅସୁସ୍ଥତା ଦିନକୁ ଦିନ ବଢଚାଲିଥିଲା । ଦୀନେଶଙ୍କୁ ୩୦ ନଭେମ୍ବରରୁ କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏମିତି ହୋଇଥିଲା ଯେ, ଅଭିନେତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଟିଭି ଶୋ ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଥିଲେ ଦିନେଶ । ୧୯୯୮ରେ ଆରମ୍ଭ ହେବା ଦିନରୁ ଦିନେଶ ଫଡନିସ୍ ସୋ CID ସହିତ ଜଡିତ ଥିଲେ । CID ର ଦୁଇ ଦଶନ୍ଧି ଯାତ୍ରା ସମୟରେ ସେ ସବୁବେଳେ ସୋ’ରେ ନଜର ଆସିଥିଲେ । ଏହି ଶୋ’ରେ ୨୦ ବର୍ଷ କାମ କରିଛନ୍ତି ଏବଂ ତାଙ୍କ ଚରିତ୍ର ସହିତ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ।

   Related Posts