ଆନ୍ଧ୍ରପ୍ରଦେଶ ଚିଟ୍ ଫଣ୍ଡ୍ ମାମଲା; MCFPL ଅଧ୍ୟକ୍ଷ ରାମୋଜୀ ରାଓ ଏବଂ ବୋହୂଙ୍କ ନାଁରେ FIR
14/03/2023 at 10:02 AM

ବିଜୟଓ୍ବାଡ଼ା: ଆନ୍ଧ୍ରପ୍ରଦେଶ ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ FIR । ଆନ୍ଧ୍ରପ୍ରଦେଶର ଅପରାଧ ଯାଞ୍ଚ ଏଜେନ୍ସି ଦ୍ବାରା ମିଡିଆ କମ୍ପାନୀ ମାଲିକ ତଥା MCFPL ଅଧ୍ୟକ୍ଷ ଚେରୁକୁରି ରାମୋଜୀ ରାଓ, ତାଙ୍କ ବୋହୂ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଚେରୁକୁରି ଶୈଲାଜା ଏବଂ କମ୍ପାନୀର ସମସ୍ତ ଶାଖା ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମିଚ୍ୟୁଆଲ୍ ଫଣ୍ଡର ବିସ୍ଥାପନ, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରୁଥିବାରୁ କମ୍ପାନୀ ଉପରେ ଆକ୍ସନ ନେଇଛି ସିଆଇଡି ।
ସିଆଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ କର୍ଯ୍ୟାଳୟରେ ଷ୍ଟାମ୍ପ ଓ ରେଜିଷ୍ଟାର ବିଭାଗ ଛାପମାରୀ କରିଥିଲା । ଏହା ସହିତ ବିଭିନ୍ନ ଜିଲ୍ଲାର ସହାୟକ ରେଜିଷ୍ଟାର ମଧ୍ୟ ବିଭିନ୍ନ ମାମଲା ରୁଜୁ କରିବା ପରେ ସିଆଇଡି ଆକ୍ସନ ନେଇଛି ।
ଆଇପିସି ଧାରା ୧୨୦ (B), ୪୦୯, ୪୨୦, ୪୭୭(A), ୩୪, ଅନ୍ଧ୍ରପ୍ରଦେଶ ଜମାକାରୀଙ୍କ ସୁରକ୍ଷା ଧାରା ୫ ଏବଂ ଚିଟ୍ ଫଣ୍ଡ ଅଧିନିୟମ ୧୯୮୨ ଧାରା ୭୬, ୭୯ ଆଧାରରେ ମାମଲା ରୁଜୁ କରାଯାଇଛି । ଯେଉଁଥିରେ MCFPL ଅଧ୍ୟକ୍ଷ ଚେରୁକୁରି ରାମୋଜୀ ରାଓଙ୍କ ନାଁ ପ୍ରଥମରେ ରହିଛି । ପରେ ବୋହୂ ଚେରୁକୁରି ଶୈଲାଜା ଏବଂ ବିଭିନ୍ନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ କରିଛି ସିଡିଆଇ ।
ଆନ୍ଧ୍ରପ୍ରଦେଶ ସିଡିଆଇ ରିପୋର୍ଟ ଅନୁଯାୟୀ, ଷ୍ଟାମ୍ପ ଓ ପଞ୍ଜିକରଣ ବିଭାଗ ଟଙ୍କା ହେର୍ ଫେର୍ର ଯାଞ୍ଚ ପାଇଁ ଜଣେ ଚାର୍ଟର୍ଡ ଆକାଉଟାଣ୍ଟଙ୍କୁ ନିଯୁକ୍ତ କରିଛନ୍ତି, ଯିଏ ରେଜିଷ୍ଟାର କାର୍ଯ୍ୟାଳୟ ଦ୍ବାରା ଜବତ ହୋଇଥିବା ବିଭିନ୍ନ କଗଜପତ୍ର ଏବଂ କମ୍ପାନୀର ଆର୍ଥିକ କାରାବାରକୁ ହିସବ କରିବେ । ପ୍ରାରମ୍ଭିକ ଯାଞ୍ଚରେ କମ୍ପାନୀ ମିୟୁଚ୍ୟୁଆଲ ଫଣ୍ଡ, ଇକ୍ୟୁ଼ଡିଟି ଉପକରଣ ଏବଂ ସହାୟକ କମ୍ପାନୀ ଏବଂ ସହଯୋଗୀଙ୍କ ଦ୍ବାରା ୪୫୯ କୋଟି ଟଙ୍କା ନିବେଶ କରାଯାଇଛି ।
ଆନ୍ଧ୍ରପ୍ରଦେଶର ଅପରାଧ ଯାଞ୍ଚ ଏଜେନ୍ସି MCFPLର ତିନି ସହାୟକ କମ୍ପାନୀର ନାଁ ଖୁଲାସା କରିଛି । ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ଚେନ୍ନାଇ, ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ୍ କର୍ଣ୍ଣାଟକ ଏବଂ ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ହାଇଦ୍ରାବାଦ ନାମରେ ରହିଛି । ଆର୍ଥିକ ଯାଞ୍ଚରେ MCFPLର ତିନି ସହାୟକ କମ୍ପାନୀ ଦ୍ବାରା ୩୧ ମାର୍ଚ୍ଚ ୨୦୨୧ ଓ ୩୧ ମାର୍ଚ୍ଚ ୨୦୨୨ରେ ୧,୫,୮୦,୦୦୦ ଟଙ୍କା ନିବେଶ ହୋଇଛି ।