ରୁଷର KGBଠାରୁ ଆଫ୍ରିକା ଯୁଦ୍ଧା ହାରିଥିଲା ଆମେରିକାର ଗୁଇନ୍ଦା ଏଜେନ୍ସି CIA, ଗୁପ୍ତ ଦସ୍ତାବିଜରୁ ବଡ଼ ଖୁଲାସା

Published By : Prameya-News7 Bureau | July 11, 2024 IST

firstpost.com

ନୂଆଦିଲ୍ଲୀ: ୧୯୫୭ ମସିହା ଖରା ଦିନର ଘଟଣା । ଆମେରିକା ଏବଂ ସୋଭିଏତ୍ ସମାଜବାଦୀ ଗଣରାଜ୍ୟ ସଂଘ (ୟୁଏସଏସଆର) ଶୀତଳ ଯୁଦ୍ଧରେ ସାମିଲ ଥିଲେ । ପ୍ରଭୂତ୍ୱ ପାଇଁ ସେମାନଙ୍କ ଲଢେଇ, ସାରା ଦୁନିଆକୁ ବ୍ୟାପି ସାରିଥିଲା । ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ମହାଦେଶରେ ବି ସମାନ ସ୍ଥିତି ଥିଲ। । ଆଫ୍ରିକାରେ ନିଜ ପ୍ରଭାବ ଛାଡ଼ିବା ପାଇଁ ଆମେରିକା ଏବଂ ୟୁଏସଏସଆର ଲଢେଇ କରୁଥିଲେ । ତେବେ ଏହି ଯୁଦ୍ଧରେ ଆମେରିକେ ବହୁ ପଛରେ ଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ନିଜେ ଏକଥା ସ୍ୱୀକାର କରିଛି । ନିକଟରେ ଡିକ୍ଲାସିଫାଇଡ୍ ହୋଇଥିବା ୧୯୫୭ର ସିଆଇଏ ଦସ୍ତାବିଜରୁ ଆମେରିକା ନିଜର ବୈଶ୍ୱିକ ଶକ୍ତି ସତ୍ତ୍ୱେ କିପରି ୟୁଏସଏସଆର ପଛରେ ରହିଲା ତାହା ଜଣାପଡ଼ିଛି ।

ଆମେରିକୀୟ ଗୁଇନ୍ଦା ଏଜେନ୍ସିର ରିପୋର୍ଟରୁ ଜଣାପଡ଼ିଛି ଯେ ସୋଭିଏତ୍ ସଂଘ ଆଫ୍ରିକା ମହାଦେଶ ଉପରେ ନିଜ ଅଧିକ ପ୍ରଭାବ ରଖିଥିଲା । ୟୁଏସ୍‌ଏସ୍‌ଆର ସେଠାକାର ରାଜନୀତି ଏବଂ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରୁଥିଲା । ସେପଟେ କିନ୍ତୁ ଆମେରିକା ପ୍ରାଥମିକ ଡାଟା ପାଇବା ପାଇଁ ମଧ୍ୟ ସଂଘର୍ଷ କରୁଥିଲା । ଏହା ଦର୍ଶାଉଛି ଯେ ୧୯୯୧ରେ ୟୁଏସଏସଆର ବିଘଟନ ଯାଏ ରୁଷ ଗୁଇନ୍ଦା ଏଜେନ୍ସି ଅଦ୍ୱିତୀୟ ଥିଲା । କେବଳ ଉତ୍ତର ଆମେରିକାକୁ ଛାଡ଼ି ଦୁନିଆର ସବୁ ଭାଗରେ ସିଆଇଏକୁ ଟକ୍କର ଦେଉଥିଲା ।

ସେତେବେଳେ ଆଫ୍ରିକାକୁ ନେଇ ଆମେରିକାର ନୀତି ଏବଂ ଅପରେସନ ରଣନୀତି ଧୀରେ ଧୀରେ ବଢୁଥିଲା । ସପୂର୍ଣ୍ଣ ରୂପେ ସଂଗଠିତ ଏବଂ ପ୍ରଭାବୀ ଢଙ୍ଗରେ ବିକଶିତ ହୋଇ ନଥିଲା । ଡାଟା ସମସ୍ୟା କାରଣରୁ ଆବଶ୍ୟକୀୟ ରୂପରେଖ ପ୍ରସ୍ତୁତ କରାଯାଇପାରି ନଥିଲା । ପରିଣାମସ୍ୱରୁପ ଅର୍ଥ ଯୋଗାଣ ଏବଂ ଅନୁସନ୍ଧାନର ଅଭାବ ରହିଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଡାଟା ସମସ୍ୟା କାରଣରୁ ଆଫ୍ରିକା ସହ ଜଡ଼ିତ ନୀତି ଏବଂ ପରିଚାଳନା ପରିପକ୍ୱ ହୋଇପାରି ନଥିଲା । ଅନୁସନ୍ଧାନ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଣ ବା ଉପଲବ୍ଧ ଡାଟାର ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକତାକୁ ପର୍ଯ୍ୟାପ୍ତ ରୂପେ ସ୍ପଷ୍ଟ କରାଯାଇ ନଥିଲା । ଏହା ବ୍ୟତୀତ ମହାଦେଶର ବିଶାଳ ଆକାର ଯୋଗୁଁ ଗୁଇନ୍ଦା ଏଜେନ୍ସି ସିଆଇଏ ସାମନାରେ କିଛି ସମସ୍ୟା ଥିଲା । ସିଆଇଏର କର୍ମଚାରୀ ଗୋଟିଏ ମହାଦେଶରେ କ୍ଷେତ୍ରୀୟ ଅନସନ୍ଧାନ କରୁଥିଲେ । 

ଅନ୍ୟପଟେ ସୋଭିଏତ୍ ସଂଘ ବହୁ ପ୍ରଗତି କରିସାରିଥିଲା । ସିଆଇଏ ଉଲ୍ଲେଖ କରିଛି ଯେ ଏନ୍ଥୋଗ୍ରାଫ୍ ସହ ଜଡ଼ିତ କାର୍ଯ୍ୟ ରୁଷ ଦ୍ୱାରା ପ୍ରୋଗ୍ରାମ କରାଯାଇଥିବା ଅନୂମେୟ ହେଉଛି । ଏହି ଉକ୍ତିଟି ଆପେ ଆପେ ରହସ୍ୟପୂର୍ଣ୍ଣ ଅଟେ । ତେବେ, ଏହା ଏକ ସଂକେତ ଦେଉଛି ଯେ: ସୋଭିଏତ ସଂଘ ଆଫ୍ରିକାର ବିବିଧ ଜନଜାତିକୁ ବୁଝିବାରେ ଏକ ସକ୍ରିୟ ଦୃଷ୍ଟିକୋଣ ଆପଣାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.