ମହିଳାଙ୍କୁ ସାଢ଼େ ତିନି କୋଟି ଟଙ୍କାରେ ବିକିଲେ ‘ମିଷ୍ଟ୍ରି ବକ୍ସ‘, ଠକେଇ ମାମଲାରେ ଗିରଫ ହେଲେ ଚର୍ଚ୍ଚ ପାଦ୍ରୀ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ମହିଳା ଭକ୍ତଙ୍କ ଠାରୁ ସାଢ଼େ ତିନି କୋଟି ଠକିବା ଅଭିଯୋଗରେ ଗିରଫ ହେଲେ ଚର୍ଚ୍ଚର ପାଦ୍ରୀ (ଫାଦର)। ପଶ୍ଚିମବଙ୍ଗ ଦାର୍ଜିଲିଙ୍ଗରେ ଜଣେ ଚର୍ଚ୍ଚର ପାଦ୍ରୀଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ, ସେ ନାଗାଲାଣ୍ଡର ଦୀମାପୁରର ଜଣେ ମହିଳାଙ୍କୁ ଭ୍ରମିତ କରି ୩.୫ କୋଟି ଟଙ୍କାର ମିଷ୍ଟ୍ରିବକ୍ସ କିଣାଇଥିଲେ। ପ୍ରକୃତରେ ପାଦ୍ରୀ ଜଣକ ଏହି ମିଷ୍ଟ୍ରି ବକ୍ସ ମାଧ୍ୟମରେ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ ବୋଲି କହିଥିଲେ।

ସୂଚନା ଅନୁଯାୟୀ, ଦାର୍ଜିଲିଙ୍ଗର କାନ୍ତିଭିତାର ନ୍ୟୁ ଲାଇଫ୍ ଚର୍ଚ୍ଚା ମିନିଷ୍ଟ୍ରିର ପାଦ୍ରୀ ରେଭରେଞ୍ଜ ଟ୍ରିମୋତୀ ଜୋଶୀ ନିରୀହ ଭକ୍ତଙ୍କୁ ବିଭିନ୍ନ ପ୍ରକାର ଠକେଇ ଏବଂ ଘୋଟଲାରେ ଫସାଉଥିଲେ। ପାଦ୍ରୀ ଏବଂ ତାଙ୍କ ବନ୍ଧୁ ଜଣେ ମହିଳାଙ୍କୁ ତାଙ୍କର ଭାଗ୍ୟ ବଦଳାଇବା ପାଇଁ ଏକ ମିଷ୍ଟ୍ରି ବକ୍ସ କିଣାଇଥିଲେ। ଆଉ ଏହି ବକ୍ସ ପାଇଁ ମହିଳା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୩.୫ କୋଟି ଟଙ୍କା ଜମା କରିଥିଲେ। ହେଲେ ସେହି ବକ୍ସରେ କିଛିବି ନଥିଲା।

ଆହୁରି ପଢ଼ନ୍ତୁ: ମାଜିଷ୍ଟ୍ରେଟ୍ ପାଣି ମାଗିବାରୁ ରୋକ୍‌ଠୋକ୍ ଶୁଣାଇ ଦେଲେ ମହିଳା କନଷ୍ଟେବଲ; କହିଲେ- ମୁଁ ସରକାରଙ୍କ ସେବକ, ଆପଣଙ୍କ ଚାକର ନୁହେଁ

ତେବେ ମହିଳାଙ୍କ ଅଭିଯୋଗ ପରେ ଦିମାପୁର ପୋଲିସ ପାଦ୍ରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ପାଦ୍ରୀ ଏବଂ ତାଙ୍କର ସହଯୋଗୀଙ୍କ ନାଁରେ ଅନେକ ଘୋଟାଲା ଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଏହି ଘୋଟାଲାରେ ସେ ମୁଖ୍ୟତଃ ପୂର୍ବୋତ୍ତର ରାଜ୍ୟର ଲୋକଙ୍କୁ ଟାର୍ଗେଟ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.