ଧଳତଙ୍ଗଗଡ଼ ଜଙ୍ଗଲରେ ନାହିଁ ଆବଶ୍ୟକ ଖାଦ୍ୟ ଓ ପାନୀୟ: ଜନବସତି ମୁହାଁ ହରିଣ, ଦୁଇଟି ଗାଁରେ ଚୂଲା ଛାଡ ଆନ୍ଦୋଳନ
3/12/2022 at 8:55 AM

ଜଗତସିଂହପୁର ୦୩/୧୨: ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ ଧଳତଂଗ ଗଡ଼ ଜଙ୍ଗଲରେ ଆଵଶ୍ୟକୀୟ ଖାଦ୍ୟ ଓ ପାନୀୟ ଜଳ ଅଭାବ । ଜଙ୍ଗଲ ଭିତରେ ଥିବା ଶହ ଶହ ହରିଣ ଜନ ବସତି ଆଡ଼କୁ ଚାଲି ଆସିବା ସହ ଆଖ ପାଖରେ ଥିବା ବିଭିନ୍ନ ଫସଲ ନଷ୍ଟ କରି ଦେଉଛନ୍ତି ।
ଏହାର ପ୍ରତିକାର ପାଇଁ ବନ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଫଳରେ ଏକ ଅଭିନବ ଉପାୟରେ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ରାମଚନ୍ଦ୍ରପୁର ଓ ଗୋପାଳପୁର ଗାଁର ଗ୍ରାମବାସୀ ।
ଆଜି ଦୁଇଟି ଗାଁରେ ଲୋକେ ଚୁଲା ଛାଡ଼ ଆନ୍ଦୋଳନ କରି ଦିନ ତମାମ ଉପବାସ ରହି ପ୍ରତିବାଦ ଜଣାଇଛନ୍ତି । ସକାଳୁ ସବୁ ଘରେ ରୋଷେଇବାସ ବନ୍ଦ ରହିଛି । କେବଳ ଉପବାସରୁ ବୃଧ ବୃଧା ,ଶିଶୁ ଓ ରୋଗୀଙ୍କୁ ବାଦ ଦିଆଯାଇଛି ।