ମା' ସତିକନ୍ୟାଙ୍କ ପ୍ରସିଦ୍ଧ ଚୁଡ଼ାଖାଇ ଯାତ୍ରା: ଏକାଠି ହୁଅନ୍ତି ଗାଁର ମହିଳା ଓ ପୁରୁଷ, କୁହନ୍ତି ଅଶ୍ଳୀଳ ଭାଷା

Published By : Prameya-News7 Bureau | December 10, 2022 IST

ବୌଦ୍ଧ ୧୦/୧୨: ଅଶ୍ଳୀଳ ଭାଷାର ଅନନ୍ୟ ପରମ୍ପରା ଚୁଡାଖାଇ ଯାତ୍ରା । ବୌଦ୍ଧ ଜିଲ୍ଲାର ମର୍ଯାକୁଦ ଗାଁରେ ଆଜିବି ନାଚ ଗୀତ ସାଙ୍ଗକୁ ଅଶ୍ଲୀତ ଭାଷାର ତାଳେ ତାଳେ ମସଗୁଲ ହୋଇ ମନାନ୍ତି ଚୁଡାଖାଇ ଯାତ୍ରା । ଗାଁ ପୁରୁଷ ମହିଳା ଏକାଠି ହୋଇ ଅଶ୍ଳୀଳ ଭାଷାର ସମ୍ଭାର ରେ ଗାଁରୁ ମା ଭୁଆଶୁଣିଙ୍କ ଆଜ୍ଞା ମାଳ ପାଛୋଟି ନିଆନ୍ତି । ଗାଁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ।

ଦେବୀପୀଠର ପୂଜକ ନିଶା ରାତିରେ ଢୋଲ ମହୁରୀ ତାଳେ ତାଳେ ପୂଜା କରିବା ଏଠାକାର ଭିନ୍ନ ପରମ୍ପରା । ବୌଦ୍ଧ ଜିଲ୍ଲା ମର୍ଯାକୁଦ ଦ୍ୱୀପ ଗାଁରେ ମାର୍ଗଶିର ମାସର ପୂର୍ଣ୍ଣିମା ତିଥି ରେ ପାଳନ ହୁଏ ଚୁଡାଖାଇ ଯାତ୍ରା । ଅଶ୍ଳୀଳ ଭାଷାର ସହ ଢୋଲ ନିଶାନ ତାଳେ ପ୍ରକମ୍ପିତ ହୁଏ ଗାଁ । ଗାଁ ଗୌନ୍ତିଆଙ୍କ ଘରୁ ପୂଜାର୍ଚନା କରି ଏକ ଆଜ୍ଞା ମାଳ ମା ଭୁଆଶୁଣି ଦେବୀ ପିଠାକୁ ଏକ ବିରାଟ ପଟୁଆରା ରେ ବାହାରି ଥାଏ ।

ଗ୍ରାମର ସମସ୍ତ ପୁରୁଷ, ମହିଳା ଓ କୁନି କୁନି ପିଲାମାନେ ଆଜ୍ଞାମାଳ ଶୋଭାଯାତ୍ରା ରେ ସାମିଲ ହୋଇଥାନ୍ତି । ଅଶ୍ଲୀତ ଭାଷାର ତାଳେ ତାଳେ ମସଗୁଲ ପିଲା ଠାରୁ ବୁଢା ପର୍ଯ୍ୟନ୍ତ । ଗାଁର ଶେଷ ମୁଣ୍ଡରେ ଥିବା ମାଙ୍କ ପୀଠରେ ଆଜ୍ଞାମାଳ ଙ୍କୁ ପହଞ୍ଚାଇ ସେଠାରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ହୋଇଥାଏ ପୀଠ ଭ୍ରମଣ ଯାତ୍ରା ।

ଏଠାକାର ପରମ୍ପରା ଅନୁଯାୟୀ ନିଆରା ସତୀକନ୍ୟା ଠାକୁରାଣୀ ଯାତ୍ରା, ଅଶ୍ଳୀଳ ଉଚ୍ଚାରଣରେ ଦେବୀଙ୍କୁ ହୁଏ ଆରଧନା । ଋଷିବନ୍ଧ ମାହେଶ୍ବରୀଙ୍କ ଚୂଡାଖାଇ ଯାତ୍ରାରେ ପୁରୁଷ ମାନେ ଭାଗ ନେଉଥିବା ବେଳେ ମର୍ଜାକୁଦର ସତୀକନ୍ୟାଙ୍କ ଚୂଡାଖାଇ ଯାତ୍ରାରେ ମହିଳା ମାନେ ଭାଗନେଇ ଏହି ଯାତ୍ରାକୁ ପାଳନ କରିଥାନ୍ତି । ବିଶ୍ୱାସ ରହିଛି କି ଯଦି ଅଶ୍ଳୀଳ ଭାଷା କହିବା ଦ୍ୱାରା ମାନସିକ ପୂରଣ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.