୫୬ ବର୍ଷରେ ବି ଦେଖାଯାଉଛନ୍ତି ୨୦ ବର୍ଷୀୟ ଯୁବକ, ଜାଣନ୍ତୁ କିଏ ଏହି ମଡେଲ ?
6/12/2022 at 9:05 PM

ନୂଆଦିଲ୍ଲୀ, ୬/୧୨: ଚୁଆଣ୍ଡୋ ଟାନ୍, ଏହି ବିଦେଶୀ ମଡେଲ ତଥା ଫଟୋଗ୍ରାଫର୍ ନିଜର ଲୁକ୍ ନେଇ ସବୁବେଳେ ଚର୍ଚ୍ଚାରେ। କାରଣ ୫୫ ବର୍ଷୀୟ ଏହି ମଡେଲ ଦେଖିବାକୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ପରି। ୧୯୬୭ ମସିହାରେ ଜନ୍ମ ହୋଇଥିବା ଚୁଆଣ୍ଡୋ ନିଜର ଏଭଳି ଯତ୍ନ ନେଇଛନ୍ତି ଫଳରେ ସେ ୨୦ ବର୍ଷର ଯୁବକଙ୍କ ଭଳି ଦେଖାଯାଉଛନ୍ତି। ଆଉ ତାଙ୍କର ଏହି ଲୁକ୍ ପାଇଁ ସେ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି।
ଟାନ୍ ୧୯୮୦ ରେ ଜଣେ ମଡେଲ ହିସାବରେ କାମ ଆରମ୍ଭ କରିଥିଲେ। ୯୦ ଦଶକରେ ସେ ଜଣେ ପପ୍ ସିଙ୍ଗର ଭାବରେ କାମ କରିଥିଲେ। ଏହାପରେ ସେ ଫଟୋଗ୍ରାଫୀରେ ମନ ବଳାଇଥିଲେ। ୨୦୧୭ ରେ ଏକ ଚାଇନିଜ୍ ନ୍ୟୁଜ୍ ଏଜେନ୍ସୀ ତାଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶିତ କରିବା ପରେ ସେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ।
୨୦୧୯ ରେ ଏକ ଫିଲ୍ମରେ ସେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ୧.୨ ମିଲିୟନ ଫଲୋଅର ଅଛନ୍ତି। ତେବେ ତାଙ୍କର ଯବାନ ଦେଖାଯିବା ନେଇ ସେ କହିଛନ୍ତି ଯେ ୭୦ ପ୍ରତିଶତ ପୁଷ୍ଟିକର ଖାଦ୍ୟ ଏବଂ ୩୦ ପ୍ରତିଶତ ବ୍ୟାୟାମ କରୁଥିବାରୁ ସେ ଏଭଳି ଦେଖାଯାଉଥିବା ନେଇ କହିଛନ୍ତି।