ନୂଆ ବର୍ଷ ପୂର୍ବରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟେଚ୍ୟୁ ଅଫ୍ ଲିବର୍ଟି ଆକାରର ଉଲ୍‌କାପିଣ୍ଡ; କଣ ହେବ ସ୍ଥିତି ସୂଚନା ଦେଲେ ବୈଜ୍ଞାନିକ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ପୃଥିବୀ ଆଡକୁ ମାଡ଼ି ଆସୁଛି ଉଲକାପିଣ୍ଡ। ଷ୍ଟେଚ୍ୟୁ ଅଫ୍ ଲିବର୍ଟି ଠାରୁ ଆକାରରେ ଛୋଟ ଥିବା ଏହି ଉଲ୍‌କାପିଣ୍ଡଟି ଡିସେମ୍ବର ୧୫ ତାରିଖ ସୁଧା ପୃଥିବୀର ନିକଟତର ହେବ। ୟୁରୋପୀୟନ ସ୍ପେଶ୍‌ ଏଜେନ୍ସି ଏହି ସୂଚନା ଦେଇଛି। ତେବେ ଏହା ପୃଥିବୀ ପୃଷ୍ଠରେ ପଡିବ ନାହିଁ। ପୃଥିବୀ ଠାରୁ ୬,୮୬,୦୦୦ କିମି ଦୂରରେ ଅତିକ୍ରମ କରିବ ବୋଲି ସଂସ୍ଥା ସୂଚନା ଦେଇଛି।  

Asteroid
ସୌଜନ୍ୟ-ଇଣ୍ଡିଆଟେଡେ

୪.୬ ବିଲିୟନ ବର୍ଷ ପୂର୍ବରୁ ସୌରମଣ୍ଡଳ ନିର୍ମାଣ ବେଳେ ଏହି ଉଲ୍‌କାପିଣ୍ଡର ନିର୍ମାଣ ହୋଇଛି ବୋଲି କୁହାଯାଉଛି। ସୌରମଣ୍ଡଳରୁ ବଳିପଡ଼ିଥିବା ଚଟ୍ଟାଣରୁ ଏଗୁଡ଼ିକ ତିଆରି ହୋଇଛି ବୋଲି କୁହାଯାଉଛି। ଏହାକୁ ପୃଥିବୀର ନିକଟତର ଉପାଦନ କୁହାଯାଉଥିବା ବେଳେ ପୃଥିବୀ ଠାରୁ ଏହାର ଦୂରତା ସୂର୍ଯ୍ୟଠାରୁ ପୃଥିବୀର ଦୂରତା(ନାସା ଜଏଣ୍ଟ ପ୍ରୋପୁଲିସନ ଲାବୋରେଟରୀ(ଜେପିଏଲ୍) ଅନୁସାରେ ପୃଥିବୀ ଓ ସୂର୍ଯ୍ୟର ଦୂରତା ପାଖାପାଖି ୯୩ ମିଲିୟନ ମାଇଲ୍ସ) ଯେତିକି ପ୍ରାୟ ହୋଇଥାଏ।

Asteroid

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.