ସିଲଭର୍ ସିଟିରେ ଖ୍ରୀଷ୍ଟମାସ କାରୋଲ ସପ୍ତାହ, ବରିଷ୍ଠ ନାଗରିକଙ୍କୁ କଲେ ସମ୍ମାନିତ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ

Published By : Prameya-News7 Bureau | December 18, 2022 IST

କଟକ, ୧୮/୧୨: କଟକରେ ଖ୍ରୀଷ୍ଟମାସ କାରୋଲ ସପ୍ତାହ ପାଳନ । ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପୂର୍ବରୁ ଭାଇଚାରା ସହରରେ କରୋଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଖ୍ରୀଷ୍ଟମାସ ସପ୍ତାହରେ ପେଟନ ସାହିରେ ସ୍ନେହ ଓ ଭଲପାଇବା ବାଣ୍ଟୁଛନ୍ତି ଲୋକ ।  

ଏହି କାରୋଲ କାର୍ଯ୍ୟକ୍ରମ ଦ୍ବାରା ସିଲଭର ସିଟିରେ ଭାଇଚାରା ବଜାୟ ରଖିବା ପାଇଁ ପେଟନ ସାହି ସଂକୀର୍ତ୍ତନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯୁବ ଓ ବରିଷ୍ଠଙ୍କ ମଧ୍ୟରେ ଥିବା ଅନେକ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହାର ଲକ୍ଷ୍ୟ ରହିଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଛି । ଅନୁଷ୍ଠାନର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମାଜ ସେବୀ ଶୀତାଂଶୁ ରାଉତ । ସେ କହିଛନ୍ତି, ଯେତେବେଳେ ସାମାଜ ବରିଷ୍ଠ ନାଗରିକଙ୍କୁ ଭୂଲି ଯାଉଛି ଏବଂ ଏକ ମଞ୍ଚ ଆପଣଙ୍କୁ ଡାକି ସମ୍ମାନିତ କରୁଛି, ତାହା ଏକ ଅତୁଳନୀୟ ଅନୁଭବ ।  ଏହି ଅନୁଭବ ଏହା ଜଣାଉଛି ଯେ ସମାଜ ଆଜିବି ଆମ ପାଇଁ ଯତ୍ନଶୀଳ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.