ଆଇପିଏଲ ନିଲାମ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର, ପ୍ରଶଂସକ ଚକିତ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧: ଆଇପିଏଲ ୨୦୨୨ ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବାକୁ ଯାଉଛି। ନିଲାମ ପୂର୍ବରୁ ଆଇପିଏଲର ଦୁଇ ନୂତନ ଦଳ ଅହମ୍ମଦାବାଦ ଓ ଲକ୍ଷ୍ନୌ ନିଜ ନିଜର ତିନି ଖେଳାଳିଙ୍କ ଚୟନ କରି ସାରିଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ଆଇପିଏଲ ନିଲାମ ପାଇଁ ଏଥର ୧୨୧୪ ଖେଳାଳି ନିଜ ନାଁ ପଞ୍ଜୀକୃତ କରିଛନ୍ତି। ଏଥିରେ ୨୭୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଏବଂ ୩୧୨ ଅନ୍ତର୍ଜାତୀୟ ପଦାର୍ପଣ କରିନଥିବା ଖେଳାଳି ସାମିଲ୍। ତେବେ ଏହି ତାଲିକାରେ ଏମିତି କିଛି ବଡ ନାଁ ରହିଛି, ଯେଉଁମାନଙ୍କୁ ଏଥର ଆଇପିଏଲରେ ଦେଖିବାକୁ ମିଳିନପାରେ।

ଟି-୨୦ କ୍ରିକେଟର ୟୁନିଭର୍ସ ବସ୍ କୁହାଯାଉଥିବା କ୍ରିସ୍ ଗେଲ୍‌ଙ୍କ ନାମ ବିସିସିଆଇ ଦ୍ଵାରା ଦିଆଯାଇଥିବା ପଞ୍ଜୀକୃତ ତାଲିକାରେ ନାହିଁ। ଏହାର ଅର୍ଥ ଆଇପିଏଲ ୧୪ ସିଜିନ ପରେ ଗେଲ୍ ଚଳିତ ବର୍ଷ ଲିଗ୍ ଏବରଂ ଆଇପିଏଲ ନିଲାମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଗେଲ୍ ଟି-୨୦ ବିଶ୍ଵ କପ୍ ପରେ ନିଜେ ଘୋଷଣା କରିଥିଲେ ଯେ, ସେ ଆଇପିଏଲ ଖେଳିବା ଜାରି ରଖିବେ। ମାତ୍ର ବିସିସିଆଇ ଦ୍ଵାରା ଜାରି ଖେଳାଳିଙ୍କ ପଞ୍ଜୀକରଣ  ତାଲିକାରେ ଗେଲ୍‌ଙ୍କ ନାମ ନାହିଁ।

{"id":577825,"sizeSlug":"full","linkDestination":"none"}

ଗେଲ୍‌ଙ୍କ ନା ନଥିବାରୁ ପ୍ରଶଂସକ ଚକିତ। ଆଇପିଏଲ ଇତିହାସରେ ସବୁଠୁ ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ କ୍ରିସ୍‌ ଗେଲ୍‌ଙ୍କ ନାମରେ ଅନେକ ସ୍ଵର୍ଣ୍ଣିମ ରେକର୍ଡ ରହିଛି। ଗେଲ୍ କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଛନ୍ତି। ଗେଲ୍‌ଙ୍କ ନାମ ନିଲାମୀ ତାଲିକାରେ ନଥିବା ଦେଖି ତାଙ୍କର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଇପିଏଲରେ କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ

ମ୍ୟାଚ୍- ୧୪୨

ଇନିଂସ- ୧୪୧

ରନ- ୪୯୬୫

ବ୍ୟାଟିଂ ହାର- ୩୯.୭୨

ଷ୍ଟ୍ରାଇକ ରେଟ୍- ୧୪୮.୯୬

୫୦/୧୦୦- ୩୧/୬

ଚୌକା/ଛକା- ୪୦୫/୩୫୭

wp:html /wp:html

ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁସାରେ, ମିଚେଲ୍ ଷ୍ଟାର୍କ, ବେନ ଷ୍ଟୋକ୍ସ, ସାମ କରନ, କ୍ରିସ୍ ଗେଲ୍, ଜୋଫ୍ରା ଆର୍ଚର ଏବଂ କ୍ରିସ୍ ଓ୍ଵକ୍ସଙ୍କ ନାମ ଆଗାମୀ ନିଲାମ ତାଲିକାରୁ ବାହାର ଅଛି। ଏଥର ୧୨୧୪ ଖେଳାଳିଙ୍କୁ ନେଇ ଆଇପିଏଲର ମେଗା ନିଲାମ ହେବ। ଏଥିରେ ୨୭୦ ଅନ୍ତର୍ଜାତୀୟ ଖେଳାଳି ରହିଥିବା ବେଳେ ୯୦୩ ଅନ୍ତର୍ଜାତୀୟ ମ୍ୟାଚ୍ ପଦାର୍ପଣ କରିଥିବା ଖେଳାଳି ରହିଛନ୍ତି। ଏଥିରୁ ୪୯ ଖେଳାଳି ନିଜର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଛନ୍ତି। ଏଥିରେ ୧୭ ଜଣ ଭାରତୀୟ ଖେଳାଳି ଥିବା ବେଳେ ୩୨ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଆର ଅଶ୍ଵିନ, ଶ୍ରେୟସ ଆୟର, ଶିଖର ଧାଓ୍ଵନ, ଇଶାନ କିଶନ, ସୁରେଶ ରୈନାଙ୍କ ପରି ଖେଳାଳି ଥିବା ବେଳେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ପାଟ୍ କମିନ୍ସ, ଆଡମ ଜାମ୍ପା, ଷ୍ଟିଭ ସ୍ମିଥ, ସାକିକ ଅଲ ହସନ, ମାର୍କ ଉଡ, ଟ୍ରେଣ୍ଟ  ବୋଲ୍ଟ, ଫାଫ ଡୁପ୍ଲେସିସ୍, କ୍ଵିଣ୍ଟନ ଡି କକ୍‌, କାଗିସୋ ରାବଡା ଏବଂ ଡ୍ରେନ ବ୍ରାଭୋ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.