ଗରବା ଖେଳୁ ଖେଳୁ ଠୁମକା ଲଗାଇଲେ କ୍ରିସ୍ ଗେଲ୍, ଭାଇରାଲ ହେଲା ଭିଡିଓ...

Published By : Prameya-News7 Bureau | October 05, 2022 IST

ନୂଆଦିଲ୍ଲୀ ୦୫/୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ନବରାତ୍ରୀର ଧୂମ । ଏହି ସମୟରେ, ଦାଣ୍ଡିଆ ଓ ଗରବା ଡ୍ୟାନ୍ସର ଭିଡିଓ ଏକରୁ ଅଧିକ ଭାଇରାଲ ହେଉଛି । ଏହି କ୍ରମରେ ଯୋଡିହୋଇଛନ୍ତି ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ । ତାଙ୍କର ଡ୍ୟାନ୍ସ ଭିଡିଓ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଯେଉଁଥିରେ 'ୟୁନିଭର୍ସ ବସ୍' ଭାବରେ ଜଣାଶୁଣା କ୍ରିସ୍ ଗେଲ୍ ଭୟଙ୍କର ନାଚ ନାଚୁଥିବାର ନଜର ଆସିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ଲାଇକ୍ ଏବଂ ସେୟାର କରୁଛନ୍ତି । ଏଥି ସହିତ, କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ନୃତ୍ୟ ଦେଖିବା ପରେ ତାଙ୍କୁ ପ୍ରଶଂସା କରିବାରେ ପଛାଇ ନାହାଁନ୍ତି । ବାସ୍ତବରେ, ଏହି ଭିଡିଓ ରାଜସ୍ଥାନର ଯୋଧପୁରର । ଯେଉଁଠାରେ ନବରାତ୍ରୀ ସମୟରେ ଗରବା ଆୟୋଜିତ ହୋଇଥିଲା ।

wp:html /wp:html

କୁହାଯାଉଛି ଯେ ଏହି ସମୟ ମଧ୍ୟରେ ସେ ସେଠାରେ ଏକୁଟିଆ ନଥିଲେ । ତାଙ୍କ ସହ ନାଚିଥିଲେ ଭାରତର କିମ୍ବଦନ୍ତୀ କ୍ରିକେଟର ବିରେନ୍ଦର ସେହୱାଗ । ଭିଡିଓରେ କ୍ରିସ୍ ଗେଲ୍ ଲାଲ୍ କୁର୍ତ୍ତା ପିନ୍ଧିଥିବା ସହ କଳାକାରମାନଙ୍କ ସହ ଗରବା କରୁଥିଲେ । କ୍ରିସ୍ ଗେଲଙ୍କ ଏହି ଗରବା ଡ୍ୟାନ୍ସ ଏବେ ସୋସିଆଲ ମିଡ଼ିଆର ସେନସେସନ ପାଲଟିଛି । ଯାହାକୁ ତାଙ୍କ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରୁଛନ୍ତି ।

ସୂଚନା ଥାଉକି, ସେପ୍ଟେମ୍ବର ୩୦ରେ, ଗୁଜରାଟ ଜିଆଣ୍ଟସ୍ ଏବଂ ଭିଲୱାରା କିଙ୍ଗସ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ କ୍ରିସ୍ ଗେଲ୍ ଏକ ଧୂଆଁଧାର ଇଂନିସ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ୟୁନିଭର୍ସ ବସ୍ ୪୦ ବଲରେ ୬୮ରନ୍ କରିଥିଲେ । ତାଙ୍କ ଇନିଂସରେ ୯ଟି ଚୌକାଓ ତିନି ଛକା ଅନ୍ତର୍ଭୁକ୍ତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.