ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କ୍ୟାପଟେନ କୁଲଙ୍କ ସହ ଫଟୋ ପୋଷ୍ଟ କଲେ ଗେଲ୍, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଉତ୍ସାହ, ଭାଇରାଲ୍ ହେଉଛି ଫଟୋ…

5/02/2023 at 5:13 PM

ମୁମ୍ବାଇ ୦୫।୦୨; ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣାଯାଆନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ସେ କ୍ୟାପଟେନ କୁଲ ଭାବରେ ପରିଚିତ । ଧୋନୀ ବିଶ୍ଵ ଏମିତି ଏକମାତ୍ର  ଅଧିନାୟକ ଯିଏ ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଛନ୍ତି । ଏହି କାରଣରୁ, ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ୱେଷ୍ଟଇଣ୍ଡିଜର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ତଥା ୟୁନିଭର୍ସ ବସ୍ ଭାବେ ପରିଚିତ କ୍ରିସ୍ ଗେଲ୍ ଧୋନୀଙ୍କ ସହ ଏକ ଫଟୋ  ସେୟାର କରିଛନ୍ତି । ଯାହା ସଂପ୍ରତି ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ବର୍ତ୍ତମାନ ଗେଲ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଭେଟେରାନ ଭାରତୀୟ ବ୍ୟାଟର ମହେନ୍ଦ୍ର ସିଂ ଧୋନିଙ୍କ ସହ ନଜର ଆସିଛନ୍ତି । ଏଥିରେ ଗେଲ ଧୋନିଙ୍କ କାନ୍ଧରେ ହାତ ରଖିଛନ୍ତି  ଏବଂ କ୍ୟାପସନରେ ଲେଖିଛନ୍ତି ଯେ ‘ଲଙ୍ଗ ଲାଇଭ୍ ଦ ଲିଜେଣ୍ଡସ୍’ । ଏହି ଫଟୋ ସେୟାର କରିବା ପରେ ଭାରତୀୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଧୋନୀଙ୍କ ଅନେକ ଫ୍ୟାନ୍ସ ଏହି ଫଟୋରେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି ।

ମହେନ୍ଦ୍ର ସିଂ ଧୋନି ବିସ୍ଫୋରକ ବ୍ୟାଟର ଭାବେ ବେଶ ଖାତି ଅର୍ଜନ କରିଛନ୍ତି । ଦୁନିଆର ସର୍ବୋତ୍ତମ ଫିନିସର୍ ଭାବେ ପରିଚିତ କ୍ୟାପଟେନ କୁଲ ବିଶ୍ୱର ଏକମାତ୍ର ଅଧିନାୟକ, ଯିଏକି ତିନିଟି ଆଇସିସି ଟ୍ରଫି ଜିତିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ରେ  ଟି-୨୦ ବିଶ୍ୱକପ,  ୨୦୧୧ ଦିନିକିଆ  ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା  ।  ଧୋନୀ 2020 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ।

ମହେନ୍ଦ୍ର ସିଂ ଧୋନି ବିସ୍ଫୋରକ ବ୍ୟାଟିଂରେ ମଧ୍ୟ ମାହିର ଅଟନ୍ତି । ସେ ଆଇପିଏଲରେ ମଧ୍ୟ ନିଜ ଯାଦୁ ଦେଖାଇଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଚାରିଥର ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିଛି । ତେବେ  ଆଇପିଏଲ୍ ୨୦୨୩ ତାଙ୍କର ଶେଷ ସିଜିନ୍ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପଟେ  କ୍ରିସ୍ ଗେଲଙ୍କ କଥା ସେ ବର୍ତ୍ତମାନ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ସେ କମେଣ୍ଟ୍ରି କରିବା ସହ ବିଶେଷଙ୍ଗ ଭାବେ ମଧ୍ୟ ନିଜର ଦାୟିତ୍ବ ସଂପାଦନ କରିବାକୁ ଚାହାନ୍ତି।

   Related Posts