ପୁଣି ୧୨ ବଲ୍‌ରେ ୫୦ ରନ୍‌ କରି ରେକର୍ଡ ରଚିଲେ ଗେଲ୍‌, ୬ ଚୌକା ଏବଂ ୯ ଛକା ମାରି ଦଳକୁ ଜିତାଇଲେ

Published By : Prameya-News7 Bureau | February 03, 2021 IST

ଭୁବନେଶ୍ବର ୦୩/୦୧: ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରିସ୍‌ ଗେଲ୍‌ ପୁଣି ଚର୍ଚ୍ଚାରେ। କେବଳ ୧୨ଟି ବଲ୍‌ରେ ପଚାଶ ରନ୍‌ କରି ଟିମ୍‌ ଆବୁଧାବୀକୁ ବିଜୟୀ କରିଛନ୍ତି ଗେଲ୍‌। କିନ୍ତୁ ଏହି ପଚାଶ ରନ୍‌ କରିବା ପାଇଁ ଗେଲ୍‌ ସିଙ୍ଗଲ ରନ୍‌ ନେଇନାହାନ୍ତି। ଗେଲ୍‌ ୫ଟି ଛକା ଏବଂ ୫ଟି ଚୌକା ମାରି ୫୦ ରନ୍‌ କରିଛନ୍ତି। ପ୍ରଥମ ଦୁଇଟି ବଲ୍‌ ଡଟ୍‌ ହୋଇଥିବା ବେଳେ ପରବର୍ତ୍ତୀ ୧୦ ବଲ୍‌ରେ ୫୦ ରନ୍‌ ଲଗାଇଛନ୍ତି ଗେଲ୍‌। ତେବେ ୧୨ ବଲ୍‌ରେ ୨ ଥର ୫୦ ରନ୍‌ କରିବା ମାମଲାରେ ବିଶ୍ବରେ ଗେଲ୍‌ ପ୍ରଥମ ଖେଳାଳି ହୋଇଛନ୍ତି।

wp:embed {"url":"https://twitter.com/T10League/status/1356991212813758468","type":"rich","providerNameSlug":"twitter","responsive":true,"className":""}
https://twitter.com/T10League/status/1356991212813758468
/wp:embed

ଟି-୧୦ ଲିଗ୍‌ ୨୦୨୧ର ୨୦ ତମ ମ୍ୟାଚ୍‌ ମରାଠା ଆରାବିଆନ୍ସ ଏବଂ ଟିମ୍‌ ଆବୁଧାବୀ ମଧ୍ୟରେ ଖେଳାଯାଇଥିଲା। ମରାଠା ଆରାବିଆନ୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭର​‌ରେ ୪ ଓ୍ବିକେଟ୍‌ ବିନିମୟରେ ୯୭ ରନ୍‌ କରିଥିଲା। କିନ୍ତୁ ଟିମ୍‌ ଆବୁଧାବୀ କେବଳ ୫.୩ ଓଭରରେ ଗୋଟିଏ ଓ୍ବିକେଟ୍‌ ବିନିମୟରେ ୧୦୦ ରନ୍‌ କରି ମ୍ୟାଚ୍‌ ନିଜ ନାଁରେ କରିନେଇଛି। ଗେଲ୍‌ ଛକା ସହ ନିଜ ଟିମ୍‌କୁ ବିଜୟ ଭେଟି ଦେଇଛନ୍ତି। ଏହା ସହ ୨୨ ବଲ୍‌ରେ ୮୪ ରନ୍‌ କରି ନଟ୍‌ ଆଉଟ୍‌ ହୋଇ ଫେରିଛନ୍ତି ଗେଲ୍‌। ଆଜିର ମ୍ୟାଚ୍‌ରେ ଗେଲ୍‌ ମୋଟ ୬ ଚୌକା ଏବଂ ୯ ଛକା ଲଗାଇଛନ୍ତି।

wp:embed {"url":"https://twitter.com/lionsdenkxip/status/1356997768238268418","type":"rich","providerNameSlug":"twitter","responsive":true,"className":""}
https://twitter.com/lionsdenkxip/status/1356997768238268418
/wp:embed

ପରିସ୍ଥିତି ଏମିତି ଥିଲା ଯେ ଗେଲ୍‌ ଏକା ହିଁ ମ୍ୟାଚ୍‌ ଶେଷ କରିଦେଲେ। ପଲ ଷ୍ଟର୍ଲିଂ ଏବଂ ଜୋ କ୍ଲାର୍କ କେବଳ ୧୧ ବଲ୍‌ର ସାମ୍ନା କରିବାର ସୁଯୋଗ ପାଇଥିଲେ। ଷ୍ଟର୍ଲିଂ ୫ ବଲ୍‌ରେ ୧୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କ୍ଳାର୍କ ୫ ରନ୍‌ କରି ନଟ ଆଉଟ୍‌ ଥିଲେ। ଏହି ମ୍ୟାଚ୍‌ରେ ଗେଲ୍‌ ସୋମପାଲ କାମୀ ଏବଂ ମୋସାଦେକ ହୁସୈନଙ୍କ ବଲକୁ ଧୋଇଥିଲେ। ଟି-୨୦ରେ ଯୁବରାଜ ସିଂହ, କ୍ରିସ ଗେଲ୍ ଏବଂ ହଜରତୁଲ୍ହା ୧୨ ବଲରେ ୫୦ ରନ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.