ଜଗନ୍ନାଥ ମନ୍ଦିରରୁ ଚୋରି, ରୁପା ମୁକୁଟ ସହ ଟଙ୍କା ଲୁଟ୍

Published By : Prameya-News7 Bureau | May 23, 2021 IST

ଚଣ୍ଡିଖୋଲ,୨୩/୫ :  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଚୋରି । ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଗେଟ୍ ତାଲା ଭାଙ୍ଗି ଠାକୁରଙ୍କ ରୁପା ମୁକୁଟ, ତୁରୀ, ଝାଞ୍ଜ ଆଦି ବିଭିନ୍ନ ସାମଗ୍ରୀ ଓ ହୁଣ୍ଡୀ ବାକ୍ସ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି ।

ଲୁଟ୍ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହୁଣ୍ଡୀ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ନେଇ ରାସ୍ତା କଡ଼କୁ ବାକ୍ସ ପକାଇ ଫେରାର ହୋଇ ଯାଇଛନ୍ତି ଦୁର୍ବୁତ୍ତ ।

ଶନିବାର ରାତିରେ ଆଳତି କରି ଗେଟ୍ ତାଲା ପକାଇ ଥିଲେ ପୂଜକ । କିନ୍ତୁ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକରେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ସେ ସଂଗେସଂଗେ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ସନ୍ଧନୀ କୁକୁର ବୁଲାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.