ମଦ ଦୋକାନରୁ ଚୋରି, କର୍ମଚାରୀ ଅଟକ

Published By : Prameya-News7 Bureau | December 22, 2020 IST

ଖଲ୍ଲିକୋଟ ୨୨।୧୨ : ମଦ ଦୋକାନୀରୁ ଲକ୍ଷାଧିକ ଟଙ୍କାର ଚୋରି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବାଉଲଗାଁ ଗାଁରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରହିଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୋକାନାର ଛାନ୍ ଉପର ଥିବା ଟିଣ ଚାଦରରୁ କଡି କାଢି ଚୋରି ହୋଇଛି । ଦୋକାନ ଭିତରେ ପଶି ପ୍ରାୟ ୩ଲକ୍ଷ ୨୧ ହଜାର ୭୨୦ ଟଙ୍କାର ଚୋରି ହୋଇଥିବା ଦୋକାନୀ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଏପିରକି ଦୋକାନରେ ଲଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ତେବେ ଦୁର୍ବୁତ୍ତ ଜଣଙ୍କ ଚୋରି କରିବା ପୂର୍ବରୁ ସିସିଟିଭି ଭାଙ୍ଗିଦେଇଥିଲେ । ସେପଟେ ପୋଲିସ ଦୋକାନରେ କାମ କରୁଥିବା ଲୋକଙ୍କୁ ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.