ଘରେ କଳାକନା ବୁଲାଇଲେ ଲୁଟେରା, ନେଇଗଲେ ଟଙ୍କା ଓ ସୁନା ଗହଣା

Published By : Prameya-News7 Bureau | October 17, 2021 IST

ଭୁବନେଶ୍ୱର, ୧୭/୧୦: ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି କଳାକନା ବୁଲାଇଛନ୍ତି ଲୁଟେରା । ଲୁଟି ନେଇଛନ୍ତି ଟଙ୍କା ଓ ଗହଣା । ଏପରି ଘଟଣା ଘଟିଛି ଲକ୍ଷ୍ମୀସାଗରର ବୈରାଗୀନଗରରେ ।

ସୂଚନାନୁସାରେ, ଲୁଟେରାମାନେ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଛନ୍ତି । ସେମାନେ ଆଲମିରା ତାଡି ସୁନା ଗହଣା, ଟଙ୍କା ପଇସା ଲୁଟିନେଇଥିବା ଅଭିଯୋଗ ହୋଇଛି।  ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ଘରର ଜିନିଷ ଏଣେତେଣେ ଫିଙ୍ଗାଫିଙ୍ଗି କରି ସବୁକିଛି ମୂଲ୍ୟବାନ ସାମଗ୍ରୀ ନେଇ ଲୁଟେରାମାନେ ଛୁ ମାରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.