ଦୋକାନରୁ ଚୋରି ଅଭିଯୋଗରେ କୁକୁର ସହ ମାଲିକ ଗିରଫ

Published By : Prameya-News7 Bureau | February 09, 2020 IST

ଫ୍ଲୋରିଡା ୦୯।୦୨ - କୁକୁର ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ । ନିଜ ମାଲିକର ସମସ୍ତ କଥା ମାନିଥାଏ କୁକୁର । ହେଲେ ସ୍ୱାର୍ଥନେଷୀ ମଣିଷ ବେଳ ବେଳେ ନିଜର ସ୍ୱାର୍ଥ ପାଇଁ ଏହାକୁ ଖରାପ କାମରେ ବ୍ୟବହାର କରେ । ଏପରି ଏକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି । ଏକ ସପିଂ ମଲ୍‌ରୁ ଚୋରି ଅଭିଯୋଗରେ ମାଲିକ ସହ କୁକୁର ବି ଗିରଫ ହୋଇଛି । ଏକ ଦୋକନରୁ ଜିନିଷ ତୋରି କରିବା ଅଭିଯୋଗ ସିସିଟିଭ ଫୁଟେଜ୍‌ରୁ ଜଣା ପଡିବା ପରେ ମାଲିକକୁ ଗିରଫକରାଯାଇଥିଲା । ଏଥିରେ ସହାୟତା କରିଥିବାରୁ କୁକୁରକୁ ଅଟକ ରଖାଯାଇଛି ।

ଓ୍ୱିଲସନ୍‌ ନାମକ ବ୍ୟକ୍ତି ଏକ ଦୋକାନରୁ ଚୋରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ହିଲସ୍‌ବୋରଗ୍‌ର ସେରିଫ୍‌ ବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସେ ପ୍ରାୟ ୨୫୯ ଡଲାରର ଜିନିଷ ଚୋରି କରି ନେଇଥିବା ଜଣା ପଡିଛି । ବାସ୍‌ ପ୍ରୋ ଦୋକାନରୁ ଏହି ଚୋରି ହୋଇଥିଲା । ଦୋକାନ ଛାଡିବା ପରେ ଏକ ଟ୍ରାଫିକ୍‌ ପୋଷ୍ଟରୁ ତାଙ୍କୁ ଗିରଫ କରାଯାଇଥିଲା ।

ଚୋରିରେ ସହାୟତା ପାଇଁ ତାଙ୍କ କୁକୁରକୁ ବି ଗିରଫକରାଯାଇଛି । କୁକୁରକୁ ଏବେ କଣ୍ଟ୍ରି ଆନିମଲ୍‌ ସର୍ଭିସ୍‌ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ।
ତା ମାଲିକ ଜେଲ୍‌ରୁ ମୁକୁଳିବା ପର୍ଯ୍ୟନ୍ତ କୁକୁରଟି ଏହିଠାରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.