ବିବାହ କଲେ କୋରିଓଗ୍ରାଫର ମୁଦସ୍ତର ଖାନ୍‌, ଫଟୋ ସେୟାର କରିଲେ ଦେଲେ ଗୁଡନ୍ୟୁଜ୍‌

Published By : Prameya-News7 Bureau | December 03, 2023 IST

ମୁମ୍ଵାଇ ୦୩।୧୨: ବର୍ତ୍ତମାନ ବଲିଉଡ୍‌ରେ ୱେଡିଂ ସିଜିନ୍‌ ଆରମ୍ଭ ହୋଇଯାଇଛି । କୋରିଓଗ୍ରାଫର ମୁଦସ୍ତର ଖାନ୍‌ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ଫେମସ୍‌ କୋରିଓଗ୍ରାଫର ରିଆଲିଟି ଶୋ ମିକା ଦି ଭୋଟିର ଫେମ୍‌ ରିଆଙ୍କୁ ବିବାହ କରିଥିଲେ।

ଦୁହେଁ ତାଙ୍କ ଜୀବନରେ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି । ଫଟୋରେ ରିୟା ଏବଂ ମୁଦସ୍ତର ବହୁତ ଖୁସି ଦେଖାଯାଉଛନ୍ତି। ବିବାହ ଦିନ କୋରିଓଗ୍ରାଫର ମଧ୍ୟ ତାଙ୍କ ପତ୍ନୀଙ୍କୁ କିସ୍‌ ଦେଉଥିବାର ନଜର ଆସିଥିଲେ । ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି- ତୁମେ ଦୁନିଆର ସବୁଠାରୁ ସୁନ୍ଦର ବ୍ୟକ୍ତି । ଆମ ପରିବାରକୁ ବହୁତ ଧନ୍ୟବାଦ । ଯାହାଙ୍କ ଆର୍ଶିବାଦରେ ଆମ ଏକାଠି ହୋଇପାରିଛୁ।

ଦୁହେଁ ନିଜର ସ୍ପେଶାଲ ଦିନ ପାଇଁ କ୍ରିମ୍‌ କଲରର ଆଉଟ୍‌ଫିଟ୍‌ ବାଛିଥିଲେ। ଯେଉଁଥିରେ ଉଭୟ ବହୁତ ସୁନ୍ଦର ଗ୍ଲାମରସ୍‌ ନଜର ଆସିଛନ୍ତି। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ମୁଦସ୍ତର ବଲିଉଡ୍‌ର ଟାଲେଣ୍ଟେଡ୍‌ କୋରିଓଗ୍ରାଫରଙ୍କ ମଧ୍ୟରୁ ଜଣେ । ଅନ୍ୟପଟେ ରିଆ ସ୍ପିଟ୍‌ଭିଲ୍ଲା ଏବଂ ମିକା ଦି ଭୋଟି ଭଳି ରିଆଲିଟି ଶୋ’ ବି ନଜର ଆସିଥିଲେ ।

wp:embed {"url":"https://www.prameyanews7.com/pushpa-2-shooting-postpone-due-to-allu-arjun-injury/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pushpa-2-shooting-postpone-due-to-allu-arjun-injury/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.