ସିରିଜ ଚୋରି ପାଇଁ ଚୋରକୁ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା, ଗାଁ ବୁଲାଇଲେ ଲୋକେ

Published By : Prameya-News7 Bureau | November 05, 2022 IST

ଭଦ୍ରକ ୦୫/୧୧: ଚୋରକୁ ସାବାସୀ । ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ । ଏମିତି କରି ଗାଁ ବୁଲାଇଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୋକାନ ଗୁଡ଼ିକରୁ ସିରିଜ ଚୋରି କରିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଚୋରକୁ ଏଭଳି ସାବାସୀ ଦିଆଯାଇଛି ।

ଘଟଣାକ୍ରମ ଅନୁଯାୟୀ, ଗୋଟିଏ ରାତିରେ ୭ଟି ଦୋକାନରୁ ଜଣେ ଚୋର ଚୋରି କରିଥିଲା । ଦୋକାନରୁ ଚୋରି କରୁଥିବା ସମୟରେ ଗାଁ ଲୋକ ତାଙ୍କୁ ଧରିଥିଲେ । ଚୋରର ଏଭଳି ସାହସକିତା ପାଇଁ ଗାଁ ଲୋକ ମିଶି ଚୋରକୁ ସାବାସୀ ଦେବା ସହ ବେକରେ ଫୁଲ ମାଳ ପିନ୍ଧାଇ ସାରା ଗାଁ ବୁଲାଇଥିଲେ ।

ଚୋରକୁ ସମସ୍ତେ ବାଡାଉଥିବା ବେଳେ, ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧନା ଜଣାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି ହୋଇଛି । ଏଭଳି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ, କେଉଁ ଅଞ୍ଚଳର ତାହା ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.