Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଚୋରି କରୁଥିବା ବେଳେ ଛାତରୁ ଖସି ପଡିଲା ଚୋର, ଚାଲିଗଲା ଜୀବନ

27/05/2022 at 8:09 AM

ସୁନ୍ଦରଗଡ ୨୭/୦୫: ଚୋରି କଲା ବେଳେ ଅଘଟଣ ।  କାରଖାନା ଛାତରୁ ପଡିଗଲା ଚୋର । ଚାଲିଗଲା ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ ।

ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ । ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ  । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ ସ୍ଥାନୀୟ ପୋଡ଼ସିଙ୍ଗ ଗାଁର  ଚାମୁ ଟପ୍ପୋ  । ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଏହି କାରଖାନା ୨୦୨୦ ମସିହାରୁ ବନ୍ଦ ରହିଛି ।  କାରଖାନାରୁ ଅନେକ  ବଡ ବଡ ଲୁହା ଚୋରି ହେଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ  ହୋଇଛି ।

   Related Posts