ତନ୍ତ୍ର ପୂଜା କରିବାକୁ ଆସିଥିଲା, କଳାକନା ବୁଲାଇଦେଲା : ଦେଢମାସ ପରେ ଗିରଫ

Published By : Prameya-News7 Bureau | February 15, 2020 IST

ସୋନପୁର ୧୫।୦୨: ଅଭିନବ ଉପାୟରେ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।  ପୂଜା ନକଲେ ତୁମ ପରିବାରରେ ପିଲାଛୁଆ ମରିଯିବେ ବୋଲି କହି ଜଣେ ବ୍ୟକ୍ତିଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟିନେଇଥିଲେ ଅଭିଯୁକ୍ତ । ପୋଲିସ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ବଲାଙ୍ଗୀର ଜିଲ୍ଲା ଲୋଇସିଂହାରୁ  ଯୁବକକୁ  ଗିରଫ କରିଛି ସୋନପୁର ପୋଲିସ।

{"id":224677,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଜାନୁଆରୀ ୧ତାରିଖ ଦିନ ସୋନପୁରର ହରଡଖୋଲ ଗାଁର ସୁକଦେବ କର୍ଣ୍ଣଙ୍କ ଘରକୁ ଜଣେ ଅତିଥି ଆସିଥିଲେ । କିଛି ଦିନ ପର୍ଯ୍ୟନ୍ତ ଘରେ ରହିବା ପରେ ସୁକଦେବଙ୍କୁ ଭବିଷ୍ୟବାଣୀ କହିଥିଲେ ଯୁବକ ଜଣଙ୍କ । ଘର ଭିତରେ ପୂଜା ନକଲେ ଆପଣଙ୍କ ଘରେ ବିପତ୍ତି ପଡିବା ବୋଲି କହିଥିଲେ । ତେଣୁ ଏଭଳି ବିପତ୍ତିରୁ ରକ୍ଷା ପାଇବାକୁ ହେଲେ ସମସ୍ତ ସୁନା ଅଳଙ୍କାର ପୂଜା କରିବାକୁ ପଡିବ ବୋଲି କହିଥିଲେ । ଘରେ ଟଙ୍କା ସୁନା ଯାହା ଅଛି ଦେଲେ, ମୁଁ ପୂଜା କରିଦେବି ଓ ତୁମ ଘରୁ ସମସ୍ତ ବିପତ୍ତି ଦୂର ହୋଇଯିବ ବୋଲି କହିଥିଲେ । ସୁକଦେବ ସେହି ବ୍ୟକ୍ତିଙ୍କୁ ଘରର ଅଳଙ୍କାର ଆକାରରେ ୬୦ଗ୍ରାମ ସୁନା, ନଗଦ ୧ଲକ୍ଷ ୨୦ହଜାର ଟଙ୍କା ଦେଇଦେଇଥିଲେ , ପରେ ସୁଯୋଗ ଦେଖି ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲେ ।

{"id":224678,"sizeSlug":"large"}

ସୁକଦେବ ଏନେଇ ୪ତାରିଖ ଦିନ ସୋନପୁର ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ କେସ୍‌ ନଂ ୨୪/୨୦୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା । ପୋଲିସ ଘଟଣାର ପର୍ଦ୍ଦାଫାଶ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ସୁକଦେବଙ୍କୁ ମିଛ କହି ଟଙ୍କା ଠକିଥିବା ବ୍ୟକ୍ତିକୁ ବଲାଙ୍ଗୀର ଲୋଇସିଂହାରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ କିଛି ସୁନା ଅଳଙ୍କାର ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.