oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବିଦ୍ୟୁତ ତାର ଚୋରି କରୁଥିଲେ: ମାଡିବସିଲେ ତାର ବୋଝେଇ ଟ୍ରଲିରେ ବାନ୍ଧିଲେ ଗ୍ରାମବାସୀ, ଖସିପଳାଇଲେ ଅନ୍ୟ ଜଣେ

12/04/2022 at 10:35 AM

ଭଦ୍ରକ ୧୨/୦୪: ସାଙ୍ଗ ହୋଇ ତାର ଚୋରି କରୁଥିଲେ । ଗାଁ ଲୋକଙ୍କ ହାବୁଡ଼ରେ ପଡିବାରୁ ଜଣେ ଦୌଡ଼ି ପଳାଇଲେ ଓ ଅନ୍ୟ ଜଣେ ଚୋର ତାର ବୋଝେଇ ଟ୍ରଲି ସହ ଧରାପଡିବାରୁ ଲୋକେ ଟ୍ରଲିରେ ବାନ୍ଧି ପକାଇଲେ । ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ୩୩ କେଭି ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ବେଳେ, ଜଣେ ବ୍ୟକ୍ତିକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ ।

ଅନ୍ୟଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ, କାବୁ କରାଯାଇଥିବା ଲୋକଟିକୁ ବାନ୍ଧି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବୋରୋଳି ପଞ୍ଚାୟତ ଅଧିନସ୍ଥ କନ୍ୟାସାହି ନିକଟରେ ୩୩ କେଭି ବିଦ୍ୟୁତ ଲାଇନ ଯାଇଛି । ଗତକାଲି ରାତିରେ କିଛି ବ୍ୟକ୍ତି ତାର କୁ ଚୋରି କରି ଏକ ଟ୍ରଲି ଯୋଗେ ନେଇଯାଉଥିଲେ ।

ଏହି ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ହାବୁଡ଼ରେ ପଡିଯାଇଥିଲେ । ଜଣେ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ, ତାର ବୋଝେଇ ଟ୍ରଲି ସହ ବ୍ୟକ୍ତି ଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ତାର ସହ ଲୋକଟିର ହାତକୁ ଗାମୁଛାରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାରକୁ ଉଦ୍ଧାର କରିବା ସହ ଅଟକ ବ୍ୟକ୍ତି ଙ୍କୁ ସାଙ୍ଗ ରେ ନେଇ ତଦନ୍ତ ଆରମ୍ଭ କରିଛି ।

   Related Posts