ଉପରେ ବହ୍ଲା, ଗୋବର ଖତ, ଭିତରେ ଗଞ୍ଜେଇ ବସ୍ତା ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲଣ

Published By : Prameya-News7 Bureau | February 15, 2020 IST

ନୟାଗଡ/ଲମତାପୁଟ ୧୫।୦୨- ରାଜ୍ୟରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସକ୍ରିୟ। ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲଣ କରିବାରେ ସକ୍ଷମ ହୋଉଛନ୍ତି ।ନୟାଗଡ ବାଣୀଗୋଚ୍ଛାରୁ କାଠ ବହ୍ଲା ବୋଝେଇ ଟ୍ରକ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ବିଭାଗ ।ସେହିପରି ଲମତାପୁଟ ତୁସୁବା ଛକ ନିକଟରୁ ଏକ ଗୋବର ଖତ ବୋଝେଇ ପିକଅପ୍‌ ଭ୍ୟାନରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି ।……….

{"id":224907,"sizeSlug":"large"}

 ଉପରେ ବହ୍ଲା, ଭିତରେ ବସ୍ତା, ଗଞ୍ଜେଇ ବସ୍ତା । ପୋଲିସକୁ ଚକମା ଦେଇ ମାଫିଆମାନେ ନୂଆନୂଆ ତରିକାରେ ଗଞ୍ଜେଇ ଚାଲାଣ କରୁଛନ୍ତି। ନୟାଗଡ ବାଣୀଗୋଚ୍ଛାରୁ ୩୯ ବସ୍ତା ଗଞ୍ଜେଇ ଜବତ କରିଛି କେନ୍ଦ୍ରୀୟ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢକୋଟି ଟଙ୍କା ହେବ । କୋରାପୁଟରୁ ବିପୁଳ ଗଞେଇ ଚାଲାଣ ନେଇ ପାଲିସ ଖବର ପାଇଥିଲା । ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ବାଣୀ ଗୋଛାରେ ଟ୍ରକଟି ଏକ ଢାବା ନିକଟରେ ଅଟକିଥିବା ବେଳେ ପୋଲିସ ଚଢାଉ କରିଥିଲା। ପରେ ଏସ୍.ପି.ଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଟ୍ରକରୁ ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା । ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଅଧିକ ଛାନଭିନ୍ କରୁଛି ପୋଲିସ ।

{"id":224907,"sizeSlug":"large"}

 ପିକଅପ୍‌ ଭ୍ୟାନରେ ଲୋଡ ହୋଇଛି ଗୋବର ଖତ, ଆଉ  ଭିତରୁ ବାହାରୁଛି ଗଞ୍ଜେଇ। ଲମତାପୁଟ ତୁସୁବା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ପିକଅପ ଭ୍ୟାନକୁ ଅଟକାଇ ଥିଲା ପୋଲିସ। କିଛି ଦୂରରେ ଗାଡ଼ି ରଖି ୨ ଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ କାବୁ କରିଛି ପୋଲିସ। ଗୋବୋର ଖତ  ଭିତରୁ ୧  କ୍ବିଣ୍ଟାଲ ୫୬  କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ଝାଡଖଣ୍ଡ ରାଞ୍ଚିକୁ ଚାଲାଣ ହେଉଥିବା ଜଣାପଡିଛି ।

{"id":224908,"sizeSlug":"large"}

ଗଞ୍ଜେଇ ମଫିଆମାନେ ନୂଆ ନୂଆ ତରିକା ଆପଣାଉଛନ୍ତି ।  ଯାହା ପୋଲିପ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.