suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାମଳ କବଜା ଥିବା କଟକବାସୀଙ୍କୁ ଘାରିଲାଣି ହଇଜା ଚିନ୍ତା : ମିଳୁନି ବିଶୁଦ୍ଧ ପାନୀୟ ଜଳ, ପ୍ରଶାସନ ନିଦାବିଷ୍ଣୁ

7/07/2019 at 6:47 PM

କଟକ ୭|୭:  ଜଳବନ୍ଦୀରୁ କଟକବାସୀ ମୁକୁଳିଛନ୍ତି ସତ ହେଲେ ଏବେ ଘାରି ଲାଣି ମହାମାରି ଚିନ୍ତା। କାମଳ କବଜାରେ କଟକ ସହର ଥିବା ବେଳେ ସେହି ଡ୍ରେନର ଦୂଷିତ ପାଣି ଏବେ ଭୟକୁ ଦୁଇ ଗୁଣିତ କରିଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନ ଭିତରେ ଦେଇ ଯାଇଥିବା ପାଣି ପାଇପ୍ ମାଧ୍ୟମରେ ଲୋକେ ପାଣି ପିଉଥିବାରୁ ବିଭିନ୍ନ ରୋଗ ହେଉଥିବା ଅଭିଯୋଗ ହେଉଛି । ଏଣେ ଜନ ସାଧାରଣଙ୍କ  ନିକଟରେ ପ୍ରଶାସନ ପହଞ୍ଚାଇ ପାରୁନି ବିଶୁଦ୍ଧ ପାଣି।

କାମଳ କବଜାରେ କଟକ ସହର। କିନ୍ତୁ ଏବେ କଟକ ବାସୀଙ୍କୁ ଘାରିଛି ମହାମାରୀର ଭୟ । କେବଳ ଯେ କାମଳ ତା ନୁହେଁ ବରଂ ହଇଜା ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗର ଆଶଙ୍କା କଟକ ବାସିନ୍ଦାଙ୍କୁ ଭୟଭୀତ କରିଛି । ଜଳବନ୍ଦୀରୁ କଟକ ସହର ମୁକ୍ତ ହେବା ପରେ ଏବେ ଚାରି ଆଡେ ପଡିଛି କୁଢ କୁଢ ଆବର୍ଜନା। ଫଳରେ ପରିବେଶ ଦୂଷିତ ହୋଇଛି । ସହରର ବିଭିନ୍ନ ସାହିରେ ଜଣ୍ଡିସ ବ୍ୟାପିଥିବା ବେଳେ ଏବେ ବି ବିଶୁଦ୍ଧ ପାନୀୟ ଜଳ ପାଇ ପାରୁ ନାହାନ୍ତି କଟକ ବାସୀ। ଜଳ ବନ୍ଦୀ ହୋଇଥିବା ସ୍ଥାନ ମାନଙ୍କରେ ପାଣି ପାଇପ୍ ଯାଇଥିବା ବେଳେ ଏବେ ସେହି ପାଇପ୍ ଦେଇ ଆସୁଛି ପାଣି ଆଉ ଏହି ପାଣିକୁ ଜନ ସାଧରଣ ବ୍ୟବହାର କରିବା ଦ୍ବାରା ବହୁ ରୋଗ ହେଉଥିବା ଅଭିଯୋଗ କରିଛନ୍ତି କଟକ ବାସିନ୍ଦା।

ବର୍ଷା ଅସିବା ପୂର୍ବରୁ ସିଏମସି, ପ୍ରଶାସନ ଓ ନବ ନିର୍ବାଚିତ ବିଧାୟକ ସମୀକ୍ଷା କରିଥିଲେ । ହେଲେ ସମୀକ୍ଷା କେବଳ ଆଲୋଚନାରେ ସୀମିତ। କଟକର ଅବସ୍ଥା ଦେଖିଲେ ସ୍ପଷ୍ଟ ହୋଇଯାଉଛି ବ୍ୟବସ୍ଥା ସମ୍ପର୍କରେ। ପ୍ରତ୍ୟକ ବର୍ଷ ସହରରେ ଜଣ୍ଡିସ ସମେତ ଜଳବନ୍ଦୀ ଅବସ୍ଥା ହୋଇ ସହର ବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା କୌଣସି ପ୍ରତିକାର କରିପାରୁ ନାହିଁ ପ୍ରଶାସନ ।

ଜଳବନ୍ଦୀ ହୋଇଥିବା ସ୍ଥାନରେ ଜନ ସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ବ୍ଲିଚିଂ ପକାଇ ପରିବେଶକୁ ସଫା ରଖିବାକୁ ଦାବି କରିଛନ୍ତି କଟକ ବାସିନ୍ଦା  ।

   Related Posts