ଏହି ଖାସ୍ ଚକୋଲେଟରେ କଣ୍ଟ୍ରୋଲ ହେବ ଉଚ୍ଚ ରକ୍ତଚାପ, ଓଜନ ହ୍ରାସ ଏବଂ ଅନେକ ରୋଗରୁ ମିଳିବ ମୁକ୍ତି

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଲୀ ୧୩।୦୨ : ଆଜିକାଲି ଖରାପ ଖାଇବା, ଅସମୟ ଖାଦ୍ୟ ରୁଟିନ୍ ଏବଂ ଚିନ୍ତା କାରଣରୁ ଲୋକମାନଙ୍କର ବଢିବାରେ ଲାଗୁଛି କୋଲେଷ୍ଟ୍ରଲ ଏବଂ ରକ୍ତଚାପ ସମସ୍ୟା । କୋଲେଷ୍ଟ୍ରଲ ଏବଂ ରକ୍ତଚାପ ଯୋଗୁଁ ହୃଦରୋଗର ଆଶଙ୍କା ଅଧିକ ରହୁଛି ।  ଏଥିପାଇଁ ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବା ଆବଶ୍ୟକ ।  ଯଦି ଆପଣ ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଡାର୍କ ଚକୋଲେଟ୍ ଏଥିରେ ବେଶ୍ ପ୍ରଭାବଶାଳୀ ହୋଇପାରେ । ଏହା ଉଚ୍ଚ ରକ୍ତଚାପ, ମେଦବହୁଳତା, ହୃଦରୋଗ ସହିତ ଅନେକ ରୋଗରେ ଲାଭ ମିଳିପାରିବ । ତେବେ ଆସନ୍ତୁ ଜାଣିବା ଡାର୍କ ଚକୋଲେଟ୍ ଖାଇବାର ଲାଭ ବିଷୟରେ ...

୧. ମୁଡ ସୁଇଙ୍ଗ ପରିବର୍ତ୍ତନରେ ଲାଭଦାୟକ

ଅନେକ ସମୟରେ ଶରୀରରେ ହରମୋନ୍ ଅସନ୍ତୁଳନ ହୋଇଥାଏ । ଯାହାଫଳରେ ଲୋକମାନେ ମୁଡ୍ ସୁଇଙ୍ଗର ଶିକାର ହୋଇଥାନ୍ତି । ଏହି କାରଣରୁ ବ୍ୟକ୍ତି ମାନସିକ ସ୍ତରରେ ବିଚଳିତ ରହିଥାଏ । କେତେବେଳେ ବ୍ୟକ୍ତି ଖୁସି ହୋଇଥାନ୍ତି ତ ଆଉ କେତେବେଳେ ଚିନ୍ତାଗସ୍ତ ହୋଇଥାନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଡାର୍କ ଚକୋଲେଟ୍ ଖାଇପାରିବେ । ବିଶେଷଜ୍ଞଙ୍କ ଅନୁଯାୟୀ, ମୁଡ୍ ସୁଇଙ୍ଗରେ ଡାର୍କ ଚକୋଲେଟ୍ ବହୁତ ଲାଭଦାୟକ ରହିଥାଏ ।

୨. ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ

ଆଜିକାଲି ମେଦବହୁଳତା ଲୋକଙ୍କର ଏକ ବଡ ସମସ୍ୟା ପାଲଟି ଗଲାଣି ।  ଆଜିକା ଦିନରେ ୧୦ ଜଣଙ୍କ ମଧ୍ୟରେ ୮ଜଣଙ୍କ ପାଖରେ ମେଦବହୁଳତା ଦେଖିବାକୁ ମିଳୁଛି । ଅନେକ ଲୋକ ଓଜନ ହ୍ରାସ କରିବାକୁ ଅନେକ ଚେଷ୍ଠା କରୁଥିଲେ ମଧ୍ୟ ଏଥିରେ ବିଫଳ ହୋଇଥାନ୍ତି ।   ଯଦି ଆପଣ ମଧ୍ୟ ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଡାର୍କ ଚକୋଲେଟ୍ ଖାଇବା ଆରମ୍ଭ କରନ୍ତୁ  । ଏହା ଲାଳସାରୁ ମୁକ୍ତି ଦେଇଥାଏ । ଏତଦବ୍ୟତୀତ ଡାର୍କ ଚକୋଲେଟ ବହୁତ କମ୍ କ୍ୟାଲୋରୀ ଯୁକ୍ତ ଏବଂ ଏଥିରୁ ମିଳିଥାଏ ଅନେକ ଫାଇବର ।

୩.ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ

ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ ।  ସରଳ ଭାବେ କହିବାକୁ ଗଲେ, ଫ୍ଲାଭାନୋଲଗୁଡିକ ଡାର୍କ ଚକୋଲେଟରେ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଥିବା ବ୍ୟକ୍ତିମାନେ ପ୍ରତିଦିନ ଡାର୍କ ଚକୋଲେଟ୍ ଖାଇବା ଉଚିତ୍ ।

୪,ଚାପରୁ ମିଳିଥାଏ ମୁକ୍ତି

ଯଦି ଆପଣ ଚିନ୍ତାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଡାର୍କ ଚକୋଲେଟ୍ ଖାଆନ୍ତୁ ।  ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଡାର୍କ ଚକୋଲେଟରେ ଶକ୍ତିଶାଳୀ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଚିନ୍ତାର ପ୍ରଭାବ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରେ ସେରୋଟୋନିନ୍, ଡୋପାମାଇନ୍ ଏବଂ ଫେନିଲେଥାଇଲାମାଇନର ଗୁଣ ରହିଛି, ଯାହା ଚାପରୁ ମୁକ୍ତି ଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.