ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଷଢେଇ କଳାକାରଙ୍କୁ ମିଳିବ ସମ୍ମାନ, ବିଶ୍ବ ଦରବାରରେ ପରିଚିତ ହେବ ଚିତ୍ତରଞ୍ଜନ ଭୋଇଙ୍କ କଳାକୃତି

23/08/2021 at 3:07 PM

ସାଲେପୁର ୨୩।୮: ଷଢେଇ କଳାକାରଙ୍କୁ ମିଳିବାକୁ ଯାଉଛି ସମ୍ମାନ। ଗତ ୨୧ ତାରିଖରେ ନ୍ୟୁଜ ସେଭେନରେ ଖବର ପ୍ରସାରଣ ହୋଇଥିଲା ।  ନିଜର ହାତର ଯାଦୁଗରୀ ସ୍ପର୍ଶରେ ଅଦରକାରୀ ବର୍ଜ୍ୟବସ୍ତୁ ଓ ଷଢେଇକୁ ନେଇ ଜୀବନ୍ତ କରିପାରୁଥିବା କଟକ ଜିଲ୍ଲା ସଦର ବ୍ଲକ୍ କନ୍ଦରପୁର ଗ୍ରାମର ଚିତ୍ତରଞ୍ଜନ ଭୋଇଙ୍କ କଳାକୃତି ଏବେ ବିଶ୍ବ ଦରବାରରେ ପରିଚିତ ହେବାକୁ ଯାଉଛି । ଏ ନେଇ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍ ଆସିବା ପରେ ଆତ୍ମହରା ହୋଇପଡିଛନ୍ତି । ଚିତ୍ତରଞ୍ଜନଙ୍କ ସହ ପ୍ରାୟ ୨ ମିନିଟ୍ ଫୋନ୍ ଯୋଗ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ତିଆରି ଷଢେଇ କଳାକୃତ୍ତି ଉପରେ ସମସ୍ତ ତଥ୍ୟ ବୁଝିବାରଥିଲେ ।

ଏ ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଶଂସା ପାଇଛନ୍ତି ସେ । ଅଦରକାରୀ ଷଢେଇ, ବୋତଲକୁ ଲୋକେ ଫୋପାଡ଼ି  ଦେଇଥିବାବେଳେ  ସେସବୁକୁ ସେ ସାଉଣ୍ଟି ଆଣି ସେଥିରେ ବିଭନ୍ନ ଦେବାଦେବୀ ମୃତ୍ତି, ଘରକରଣା ସାଜସଜା ସାମଗ୍ରୀ କରି ମନଲୋଭା କାରୁକାର୍ଯ୍ୟ କରିଥାନ୍ତି । ଚିତ୍ତରଞ୍ଜନ ଏ ନେଇ ନ୍ୟୁଜ୍ ସେଭେନ୍ କୁ ଧନ୍ୟବାଦ ଜଣାଇଛନ୍ତି ।

   Related Posts