ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା, ସାମ୍ନାକୁ ଆସିଲା ଅଭିଯୁକ୍ତ ଚିତ୍ତରଞ୍ଜନର ଲଭ୍ ଷ୍ଟୋରୀ
7/09/2022 at 2:40 PM

ଭୁବନେଶ୍ୱର ୦୭/୦୯: ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଖୋଳତାଡ କରୁଛି ପୋଲିସ । ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି ପୋଲିସ । ଗତକାଲି ପୋଲିସ ଚିତ୍ତକୁ ରିମାଣ୍ଡରେ ଆଣିଛି । ଆଜି ତାର ରିମାଣ୍ଡ ଅବଧି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ବହୁ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ଲାଗିଛି ।
ଡ୍ରାଇଭର ଚିତ୍ତର ଦମଦାର ଲଭ ଷ୍ଟୋରୀ । ଦାମୀ ଗିଫ୍ଟ ଦେଇ ଦିଲ ଜିତୁଥିଲା । ଏହାପରେ ଏକାଧିକ ସେମାନଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା । ଶାସ୍ତ୍ରୀନଗର ଶୁଭଶ୍ରୀ ଆତ୍ମହତ୍ୟା ପଛର ଖଳନାୟକ ଚିତ୍ତରଞ୍ଜନ ରିମାଣ୍ଡ ସମୟରେ ଉଗାରିଛି ସତ। କେବଳ ଶୁଭଶ୍ରୀ ନୁହେଁ, ନିଜ ଜାଲରେ ଏକାଧିକ ମହିଳା ଙ୍କୁ ଫସାଇଥିଲା । ସୋସିଆଲ ମିଡିଆ ଜରିଆରେ ବିବାହିତ ମହିଳାଙ୍କୁ ଟାର୍ଗେଟ କରୁଥିଲା ଚିତ୍ତ ।
କିନ୍ତୁ ନିଜ ବୁଦ୍ଧି ବଳ ପ୍ରୟୋଗ କରି କିଛିଦିନ ମଉଜ କରିବା ପରେ ମହିଳାଙ୍କୁ ଛାଡି ଚାଲି ଯାଉଥିଲା ଚିତ୍ତ। କିନ୍ତୁ ଶୁଭଶ୍ରୀଙ୍କ ଘଟଣାରେ ସବୁ ବୁଦ୍ଧି ପ୍ରୟୋଗ ସତ୍ତ୍ବେ ଧରାପଡିଥିଲା ଏହି କରିତକର୍ମା ଜଣଙ୍କ । ଗତକାଲି ପୋଲିସ ଚିତ୍ତକୁ ରିମାଣ୍ଡ ରେ ଆଣିଛି । ଆଜି ତାର ରିମାଣ୍ଡ ଅବଧି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।