ଚିତ୍ତରଞ୍ଜନ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚ ହାତରେ ପୋଷ୍ଟମର୍ଟମ ରିପୋର୍ଟ, ଜଗା ସହ ଅନ୍ୟ ୨ଜଣଙ୍କର ହେବ ଲାଏ-ଡିଟେକ୍ସନ ଟେଷ୍ଟ

Published By : Prameya-News7 Bureau | December 20, 2021 IST

ପୁରୀ ୨୦।୧୨: ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା । କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ଏହାପରେ ଭିସେରା ଟେଷ୍ଟ ପାଇଁ ଫରେନ୍ସିକ୍‌ ଲ୍ୟାବକୁ ପଠାଗଲା । ଜଗା ସହ ଆଉ ୨ଜଣଙ୍କ ହେବ ଲାଏ-ଡିଟେକ୍‌ସନ ଟେଷ୍ଟ । ଭୁବନେଶ୍ୱର ଫରେନ୍ସିକ ଲ୍ୟାବରେ ପହଞ୍ଚିଲେ ଜଗା ଓ ଆଉ ୨ଜଣ । ଲାଏ-ଡିଟେକ୍ସନ ଟେଷ୍ଟରେ ଆହୁରୀ ଅନେକ ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ହଟାଇପାରେ ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ, ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ମାମଲାରେ ତଦନ୍ତ ପୋଲିସ କରୁଥିବା ବେଳେ ଏହାକୁ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା । କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମଗିରି ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି । ଆଉ ଏବେ ଆସିଛି ଚିତ୍ତରଞ୍ଜନ ପଲେଇଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ । କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି ପୋଷ୍ଟ ମର୍ଟମ ରିପୋର୍ଟ । ତଦନ୍ତର ଶେଷ ପର୍ଯ୍ୟୟରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପହଞ୍ଚିଥିବା କୁହାଯାଉଛି । ଅନ୍ୟପଟେ ମାମଲାର ଅଭିଯୁକ୍ତ ବୋଲି କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓରଫ ଜଗା କହୁଛି ଏହା ଦୁର୍ଘଟଣା । କିନ୍ତୁ ପାରିପାଶ୍ୱିର୍କ ଅବସ୍ଥିତିରୁ ଏହା ହତ୍ୟା ବୋଲି ଆଶଙ୍କା କରାଯାଉଛି । ଖାପ୍‌ ଖାଉ ନଥିବାରୁ ଏହା ହତ୍ୟା ବୋଲି ଆଶଙ୍କା କରାଯାଉଥିବା ବେଳେ ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଦ୍ୱନ୍ଦରେ ଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.