ଚିତ୍ତ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

Published By : Prameya-News7 Bureau | December 15, 2021 IST

ଭୁବନେଶ୍ୱର ୧୫।୧୨: ବ୍ରହ୍ମଗିରି ଚିତ୍ତ ମୃତ୍ୟୁ ଘଟଣା । ମାମାଲରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ । ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ରିଲିଜ କରିଆରେ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସ୍‌ ଥିଲେ ଚିତ୍ତରଞ୍ଜନ । କିଛି ଦିନ ତଳେ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଜବତ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଉ ଏବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏନେଇ ପ୍ରେସ୍‌ ରିଲିଜ୍‌ ଜରିଆରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ମଙ୍ଗଳବାର ଦିନ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠା ନେବା ପାଇଁ ଚିତ୍ତଙ୍କ ପରିବାର ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ନିଜେ ପୁରୀ ଏସ୍‌ପିଙ୍କ ସାକ୍ଷାତ କରିଥିଲା । ଘଟଣାର ତଦନ୍ତ ପରିବାରକୁ ନ୍ୟାୟ ମଧ୍ୟ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.