କାଷ୍ଟିଙ୍ଗ କାଉଚକୁ ନେଇ ଅନୁଭୂତି ବଖାଣିଲେ ଚିତ୍ରାଙ୍ଗଦା ସିଂହ : କହିଲେ ‘ଅନେକଥର ସାମ୍ନା କରିଛି, କଷ୍ଟ ହୋଇଛି'

Published By : Prameya-News7 Bureau | May 07, 2020 IST

ମୁମ୍ବାଇ ୦୭/୦୫ : ବଲିଉଡରେ କାଷ୍ଟିଙ୍ଗ କାଉଚକୁ ନେଇ ଅଧିକାଂଶ ସମୟରେ ଅଭିନେତା ଅଭିନେତ୍ରୀ ନିଜ ଅନୁଭୂତି ସେୟାର କରିଥାନ୍ତି | ପୁଣି ବଲିଉଡର ଜଣେ ଅଭିନେତ୍ରୀଙ୍କ କାଷ୍ଟିଙ୍ଗ କାଉଚ ଘଟଣା ସାମ୍ନାକୁ ଆସିଛି | ବଲିଉଡ ତାରକା ଚିତ୍ରାଙ୍ଗଦା ସିଂହ କାଷ୍ଟିଙ୍ଗ କାଉଚକୁ ନେଇ ମୁହଁ ଖୋଲିଛନ୍ତି | ତାଙ୍କୁ ଅନେକଥର କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି ବୋଲି ସେ କହିଛନ୍ତି |

{"id":266278,"sizeSlug":"large"}

ସେ କହିଛନ୍ତି, ଏହିଭଳି ଲୋକ ସାନୁ ଜାଗାରେ ଉପସ୍ଥିତ | ସେ ଯତେବେଳେ ମଡେଲିଂ କରୁଥିଲେ ସହି ସମୟରୁ ଆରମ୍ଭ କରି ବଲିଉଡରେ ଡେବ୍ୟୁ କରିବ ଯାଏଁ ଅନେକଥର ସେ କାଷ୍ଟିଙ୍ଗ କାଉଚ ସାମ୍ନା କରିଥିବା କହିଛନ୍ତି | କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି ଏହିଭଳି ଏକ ଜାଗା ଯେଉଁଠାରେ କେହି କାହାକୁ ବାଧ୍ୟ କରିନଥାନ୍ତି | ଏଠାରେ ସମସ୍ତେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ | କିନ୍ତୁ ଯେତେବେଳେ ଏହିସବୁ କାରଣ ପାଇଁ ଆପଣଙ୍କ ପାଖରୁ ମଉକା ଛଡେଇ ନିଆଯାଇଥାଏ ସେତେବେଳେ ବହୁତ କଷ୍ଟ ହୋଇଥାଏ ବୋଲି ସେ କହିଛନ୍ତି | ଯଦି କେହି ବୁଝାମଣା ପାଇଁ ରାଜି ହୁଏ ଏବଂ ପାଇଥିବା ମଉକାକୁ ହରାଇବାକୁ ଚାହିଁନଥାଏ ତାହେଲେ ସେ ସମ୍ପୂର୍ଣ ଭାବେ ତାଙ୍କ ଇଛା ଉପରେ ନିର୍ଭର କରେ | କିନ୍ତୁ ବେଳେବେଳେ ପରିସ୍ଥିତିରେ ପଡି ମଣିଷ ଏହିସବୁ ପରିସ୍ଥିତିରେ କମପ୍ରମାଈଜ କରିବାକୁ ବାଧ୍ୟ ହୋଇଥାଏ |

{"id":266279,"sizeSlug":"large"}

ଚିତ୍ରାଙ୍ଗଦାଙ୍କ ପୂର୍ବରୁ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ କାଷ୍ଟିଙ୍ଗ କାଉଚକୁ ନେଇ ମୁହଁ ଖୋଲିଥିଲେ | ସେ କହିଥିଲେ ଯେ ଜଣେ କାଷ୍ଟିଙ୍ଗ ନିର୍ଦେଶକ ମୁଖ୍ୟ ଭୂମିକା ପାଇଁ ଏମିତି କିଛି ଦାବି କରିଥିଲେ ଯାହା ତାଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲେ | କିନ୍ତୁ ସେ ସେହି ପରିସ୍ଥିତିର ମୁକାବିଲା ଶାଳୀନତାର ସହ କରିଥିଲେ | ଜଣେ କାଷ୍ଟିଙ୍ଗ ନିର୍ଦେଶକ ଆୟୁଷ୍ମାନଙ୍କୁ କହିଥିଲେ ଯେ, ଯଦି ତୁମେ ମୋତେ ତୁମର ଟୁଲ ଦେଖାଇବ ତାହେଲେ ମୁଁ ତୁମକୁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ମଉକା ଦେବି |" କିନ୍ତୁ ଆୟୁଷ୍ମାନ ଶାଳୀନତାର ସହ ପରିସ୍ଥିତିକୁ ଏଡାଇ ଦେଇଥିଲେ |

{"id":266277,"width":578,"height":413,"sizeSlug":"large"}

ଲକଡାଉନ ସମୟରେ ସେ କିଭଳି ସମୟ କାଟୁଛନ୍ତି ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ସେ ଘରେ ପ୍ରତିଦିନ ବ୍ୟାୟାମ କରୁଛନ୍ତି | ନିଜକୁ ଫିଟ ରଖିବା ପାଇଁ ସେ ପ୍ରତିଦିନ ଯୋଗ ମଧ୍ୟ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.