ମୁମ୍ଵାଇ ୧୬।୧୨: ଗୌତମ ଘୋଷଙ୍କ ଇଣ୍ଡୋ-ଇଟାଲିଆନ୍ ଫିଲ୍ମର ସୁଟିଂ ୨୦୧୯ ମସିହାରେ ଆରମ୍ଭ ହେବା ପରଠୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ଫିଲ୍ମରେ ଇଟାଲିଆନ୍ ଅଭିନେତା ମାକ୍ରୋ ଲିଓନାର୍ଡି ଅଭିନୟ କରିଛନ୍ତି । ଇଟାଲିଆନ୍ ଅଭିନେତ୍ରୀ କ୍ରିଷ୍ଟିନା ଡୋନାଡିୟୋଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ବଡ଼ ଖବର ହେଉଛି ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି । କିନ୍ତୁ ଏ ନେଇ ଫିଲ୍ମମେକର୍ଙ୍କ ତରଫରୁ ଔପଚାରିକ ଘୋଷଣା ହୋଇନାହିଁ । ଫିଲ୍ମରେ ଚିତ୍ରାଙ୍ଗଦାଙ୍କ ଏଣ୍ଟ୍ରି ତାଙ୍କ ଫ୍ୟାନ୍ ଓ ବଲିଉଡ୍ ପାଇଁ ବଡ଼ ଖୁସି ଖବର । ଫିଲ୍ମର ସୁଟିଂ ଏବେ ମୁମ୍ବାଇରେ ଆରମ୍ଭ ହୋଇଛି । ଅଭିନେତା ମାର୍କୋ ଲିଓନାର୍ଡି ସୁଟିଂ ପାଇଁ ଖୁବ୍ଶୀଘ୍ର ଭାରତରେ ପହଞ୍ଚିବେ । ଏହିଠାରେ ଚିତ୍ରାଙ୍ଗଦା ଫିଲ୍ମ ଟିମ୍ ସହ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗୌତମ ଘୋଷ, ଜଗନ୍ନାଥ ଗୁହା ଓ ଦୁଇଜଣ ଇଟାଲୀୟ ଫିଲ୍ମର ପଟ୍ଟକଥା ଲେଖିଛନ୍ତି । ଏଇଟି ଇଂରାଜୀ, ହିନ୍ଦୀ ଓ ଆଂଶିକ ଇଟାଲୀରେ ପ୍ରସ୍ତୁତ ହେଉଛି । ଜଣେ ଦମ୍ପତିଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ । କରୋନା ମହାମାରୀ ଓ ଲକ୍ଡାଉନ୍ରେ ସେମାନଙ୍କ ସମ୍ପର୍କ କେମିତି ବଦଳିଛି, ତାହା ଏଥିରେ ପ୍ରଦର୍ଶିତ ହେବ। ୨୦୧୯ ମସିହାରେ ନେପାଳ ଓ ଇଟାଲିର ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ ହୋଇଥିଲା । ତେବେ ଭାରତରେ ହେବାକୁ ଥିବା ସୁଟିଂକୁ କରୋନା ଲକ୍ଲାଉନ୍ ଯୋଗୁ ବାତିଲ କରାଯାଇଥିଲା ।