ଗ୍ଲାମରର୍ସ ଲୁକ୍‌ରେ ନଜର ଆସିଲେ ଚିତ୍ରଙ୍ଗଦା, ସୋସିଆଲ୍‌ ମିଡିଆରେ ଲଗାଇଲେ ନିଆଁ

Published By : Prameya-News7 Bureau | September 26, 2022 IST

ମୁମ୍ଵାଇ ୨୬।୦୯: ବଲିଉଡ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି । ସେ ବହୁତ କମ୍‌ ଫିଲ୍ମରେ ନଜର ଆସିଛନ୍ତି। ଏହା ସତ୍ତ୍ଵେ ତାଙ୍କ ପ୍ରଶଂସକମାନେ ହ୍ରାସ ହୋଇ ନାହାନ୍ତି। ଏହାର ଏକମାତ୍ର କାରଣ ହେଉଛି ଚିତ୍ରଙ୍ଗଦାଙ୍କର ସାହସ ଓ ଆତ୍ମବିଶ୍ଵାସ। ସେ ତାଙ୍କ ଅଭିନୟର ବଳରେ ବିଶେଷ ଚମତ୍କାର ପ୍ରଦର୍ଶନ କରିନାହାନ୍ତି। ବରଂ ସେ ତାଙ୍କ ବୋଲ୍ଡନେସ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି। ଏଥି ସହିତ ଚିତ୍ରାଙ୍ଗଦା ତାଙ୍କ ଚେହେରା ହେତୁ ଏକ ଭିନ୍ନ ପରିଚୟ ପାଇଛନ୍ତି ।

ଚିତ୍ରଙ୍ଗଦା ତାଙ୍କର ବିଶେଷ ଅନ୍ଦାଜ୍‌ ପାଇଁ ସାରା ବିଶ୍ଵରେ ତାଙ୍କ ଦିୱାନା ଅଛନ୍ତି। ଯେଉଁମାନେ ତାଙ୍କର ଗୋଟିଏ ଝଲକ ପାଇଁ ମତୁଆଲା ହୋଇଥାଆନ୍ତି । ତାଙ୍କର ପ୍ରତ୍ୟେକ ନୂଆ ଲୁକକୁ ଉତ୍ସାହର ସହିତ ଅପେକ୍ଷା କରି ରୁହନ୍ତି। ଅଭିନେତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶଂସକଙ୍କୁ ନିରାଶ କରନ୍ତି ନାହିଁ । ଏହାରି ମଧ୍ୟ ସେ ପ୍ରଶଂସକଙ୍କ ସହ ତାଙ୍କର ଗ୍ଲାମରସ୍‌ ଫଟୋସୁଟର ଲୁକ୍‌ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀ ବହୁତ ଗର୍ଜିଅସ୍‌ ଦେଖାଯାଉଛନ୍ତି ।

wp:html
/wp:html

ତେବେ ସେୟାର ହୋଇଥିବା ଫଟୋରେ ଚିତ୍ରଙ୍ଗଦା କଳା ଏବଂ ଧଳା ହାଇ ସ୍ଲିଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଥିବା ବେଳେ  ମେକ୍‌ଅପ୍‌ ତାଙ୍କ ଲୁକ୍‌ କୁ ଆହୁରି ଆକୃଷ୍ଟ କରିଛି । ଏହି ଅନ୍ଦାଜ୍‌ରେ ସେ କ୍ୟାମେରା ଆଗରେ ନିଜର ସୌନ୍ଦର୍ଯ୍ୟ ବିସ୍ତାର କରୁଥିବା ନଜର ଆସିଛନ୍ତି । ଗୋଟିଏ ପରେ ଗୋଟିଏ ପୋଜ୍‌ ଦେବାରେ ଲାଗିଛନ୍ତି ।  

wp:html
/wp:html

ଅଭିନେତ୍ରୀଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ତାଙ୍କ ହାତରେ ଅଛି । କିଛି ସମୟ ପୂର୍ବରୁ ତାଙ୍କର ୱେବ୍ ସିରିଜ୍ 'ମର୍ଡନ ଲଭ - ମୁମ୍ବାଇ' ରିଲିଜ୍ ହୋଇଛି। ସେ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଗ୍ୟାସ ଲାଇଟ୍' ବିଷୟରେ ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.