ଭରା ନଈରେ ଭାସୁଛି ଜୀବନ : ପୋଲ ନିର୍ମାଣ ପାଇଁ ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଲେ ଗ୍ରାମବାସୀ

Published By : Prameya-News7 Bureau | February 20, 2020 IST

ମାଲକାନଗିରି ୨୦/୨: ବିପଦ ସମୟରେ ସାଥି ପାଲଟିଛି ଡଙ୍ଗା । ୩୦ ବର୍ଷ ହେଲା ବଞ୍ଚିବ। ପାଇଁ ସଂଘର୍ଷ ଚଳାଇଛନ୍ତି ୬ଟି ଗାଁର ଲେ।କ । ସ୍ବାଭିମାନ ଅଞ୍ଚଳ ଘେ।ଷଣା ପରେ ବି ବଦଳି ପାରିନି ଚିତ୍ରକୋଣ୍ଡା ବ୍ଲକ ପାପରମେଟଲା ପଞ୍ଚାୟତର ଚିତ୍ର । ଦେଖିବା ପାପରମେଟାଲ ବାସୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା ।

{"id":226761,"width":591,"height":332,"sizeSlug":"large"}

ଭରା ନଈରେ ଭାସୁଛି ଜୀବନ । କେତେବେଳେ ବି ଘଟିପାରେ ଅଘଟଣ । କିନ୍ତୁ ପ୍ରତିଦିନ ଜୀବନକୁ ପାଣି ଛଡାଇ ବିପଦସଙ୍କୁଳ ଜଳଯାତ୍ରା କରୁଛନ୍ତି ଚିତ୍ରକୋଣ୍ଡା ବ୍ଲକ ପାପରମେଟଲା ପଞ୍ଚାୟତବାସୀ । ତେଲ, ଲୁଣଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ଭଙ୍ଗା ଦଦରା ଡଙ୍ଗା ହିଁ ଭରଷା । ସେ ପୁଣି ମଟର ଚାଳିତ ଡଙ୍ଗା ନୁହେଁ, କାତ ମାରି ଭରା ନଈକୁ ପାର ହୁଅନ୍ତି ଲେ।କ । ଦୀର୍ଘ ୩୦ବର୍ଷ ହେଲା ବଞ୍ଚିବାକୁ ସଂଘର୍ଷ ଚଳାଇଛନ୍ତି ଏମାନେ । ସେମାନଙ୍କ ପାଖରେ ବିକଳ୍ପ ବି ନାହିଁ  । ଡେ।ଳିଅମ୍ବାରେ ପେ।ଲଟିଏ ନିର୍ମାଣ କରିବାକୁ ଗୁହାରି କରି କରି ଥକି ଗଲେଣି ଅଞ୍ଚଳବାସୀ । ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ।

{"id":226762,"width":585,"height":328,"sizeSlug":"large"}

ବର୍ଷର ୮ ମାସ ବିପଦସଙ୍କୁଳ ଜଳଯାତ୍ରା କରନ୍ତି ଲେ।କେ । କିନ୍ତୁ ବର୍ଷା ୪ ମାସ କଲବଲ ହେବାକୁ ପଡେ । ନଇର ପ୍ରଖର ସ୍ରେ।ତରେ ଅନେକ ଭାସିଯିବାର ନଜିର ରହିଛି । ଗର୍ଭବତୀ କି ଗୁରୁତର ରେ।ଗୀଙ୍କୁ ବଡ କଷ୍ଟରେ ନଦୀ ପାର କରିବାକୁ ପଡେ । ତଥାପି ଏମାନଙ୍କ ପାଇଁ କାହାର ଦରଦ ନାହିଁ । ତେଣୁ ବାଧ୍ୟ ହେ।ଇ ଗଣମାଧ୍ୟମର ସାହାଯ୍ୟ ଲେ।ଡିଛନ୍ତି ଅଞ୍ଚଳବାସୀ ।

{"id":226763,"width":590,"height":331,"sizeSlug":"large"}

ପ୍ରଶାସନ କାନକୁ ତ ଅଭିଯେ।ଗ ଶୁଭିଲାନି । କମସେ କମ୍ ଏହି ଦୃଶ୍ୟ ଦେଖି ଲେ।କଙ୍କ ଦୁଃଖ ଓ ଅସହାୟତାକୁ ଅନୁଭବ କଲେ ଉପକୃତ ହୁଅନ୍ତେ ଶହ ଶହ ଲେ।କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.